ମୋଦୀଙ୍କ ମୁହଁରେ ନବୀନଙ୍କ ପ୍ରଶଂସା; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ମୋଦୀ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ଭୁବନେଶ୍ୱର: ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ମୋଦୀ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

PM Modi

କେନ୍ଦ୍ର ସରକାର କୋଇଲା ଏବଂ ମାଇନିଂରେ ସଂସ୍କାର ଆଣୁଛି । ଆଉ କେନ୍ଦ୍ରର ଆଭିମୁଖ୍ୟକୁ ସମର୍ଥନ କରୁଛି ଓଡିଶା ସରକାର । କେନ୍ଦ୍ର ସରକାରଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛି ଓଡ଼ିଶା ସରକାର । କୋଇଲା ଓ ଖଣି ନିଲାମ ହେବା ଦ୍ୱାରା ଯେଉଁ ରାଜସ୍ୱ ଆସିଛି ତାହା ରାଜ୍ୟକୁ ମିଳିଛି । ଆଉ ରାଜ୍ୟର ଲାଭ ହେବା ଦ୍ୱାରା ଦେଶର ଲାଭ ହେଉଛି । ଏହାହିଁ ହେଉଛି ସଂଘୀୟ ବ୍ୟବସ୍ଥାର ଉଦାହରଣ । ଏଥିପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି ।
ଖଣିକ୍ଷେତ୍ରରୁ ଯେତିକି ରାଜସ୍ୱ ଆସିଛି ସେସବୁ ରାଜ୍ୟ ସରକାରଙ୍କୁ ହିଁ ମିଳିଛି । ଏହା ଯୋଗୁ ରାଜ୍ୟର ପ୍ରଗତି ହେବା ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି । ସମବାୟ ସଂଘୀୟ ବ୍ୟବସ୍ଥାର ଏହା ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି- ସବୁଠାରୁ ବଡ଼ କଥା ଏହି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସବୁଠାରୁ ଆଗୁଆ ରାଜ୍ୟ । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପକ୍ଷରେ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପ୍ରସଂଗରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କଲେ । ଏହାଦ୍ୱାରା ସ୍ପଷ୍ଟ ଭାବେ ପ୍ରମାଣିତ ହେଲା ଯେ, ଓଡ଼ିଶାରେ ବିକାଶର ନୂଆ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି । ଓଡ଼ିଶାରେ ବିକାଶର ଯେଉଁ ତୀବ୍ରତର ଧାରା ଚାଲିଛି ତାହାକୁ ଦେଶ ସ୍ୱୀକାର କରୁଛି । କିନ୍ତୁ ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ଲୋକ ଏହାକୁ ମାନିବାକୁ ନାରାଜ୍ ।

ଗୋଟିଏ ପଟେ ନବୀନ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବର୍ଷିଥିବା ବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି । ଇତିହାସ ପୃଷ୍ଠା ଓଲଟାଇ ମୋଦୀ କହିଛନ୍ତି, ମୁଁ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୋ ଉପରେ ଦିଲ୍ଲୀ ସରକାର ପକ୍ଷରୁ ବିଭିନ୍ନ ପ୍ରକାର ଜୁଲୁମ କରାଯାଇଛି । ଇତିହାସ ଏହାର ସାକ୍ଷୀ ଅଛି । ଦିଲ୍ଲୀରେ କାହାର ସରକାର ଅଛି ସେନେଇ ଅଧିକ ଭାବୁନଥିଲି ବରଂ ଦେଶର ବିକାଶ ପାଇଁ ଗୁଜୁରାଟର ବିକାଶ ହେବା ଦରକାର ବୋଲି ଭାବୁଥିଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+