PM Awas Yojana: ପ୍ରଧାନମନ୍ତୀ ଆବାସ ଯୋଜନାରେ ଆସୁ ନାହିଁ ନାଁ, ଏପରି କରନ୍ତୁ ଆପ୍ଲାଏ
PM Awas Yojana Applying Process: ଯଦି ଆପଣଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଏବଂ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତେବେ ଏପରି କରନ୍ତୁ ଆବେଦନ ।
ଯଦି ଆପଣଙ୍କର ନାଁ PM Awas Yojana ତାଲିକାରେ ନାହିଁ ଏବଂ ଏହି ଲିଷ୍ଟରେ ନିଜ ନାଁ ସାମିଲ କରିବାକୁ ଯାଉଛନ୍ତି ତେବେ ଆଜି ଆମର ଏହି ଆର୍ଟିକିଲ୍ ଜରିଆରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଜାଣିପାରିବେ ଭାରତ ସରକାର ଦେଶର ଲୋକମାନଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି । ଦେଶର ବିଭିନ୍ନଶ୍ରେଣୀର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଯୋଜନା ଆଣିଛନ୍ତି।

ତେବେ ସବୁଠୁ ବଡ଼ ସ୍ୱପ୍ନ ହେଲା ନିଜର ଘର । ହେଲେ ଆଜି ବି ଅନେକ ଲୋକଙ୍କ ପାଖରେ ନିଜ ଘର ନାହିଁ । ଭାରତ ସରକାର ଏଭଳି ଗରିବ ଅଭାବୀ ଲୋକଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରନ୍ତି।
ଏଥିପାଇଁ ଭାରତ ସରକାର 2016 ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଭୂମିହୀନ ଲୋକମାନେ ଘର କିଣିବା ପାଇଁ ଏବଂ ନିର୍ମାଣ କରିବାର ଲାଭ ଉଠାଇ ପାରିବେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଏହି ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pmayg.nic.in/netiayHome/home.aspx କିମ୍ବା https://pmaymis.gov.in/ କୁ ଯିବାକୁ ପଡିବ ।
ଯଦି ଆପଣ ଏକ ସହରାଞ୍ଚଳରେ ରୁହନ୍ତି, ତେବେ ଆପଣ ଆପଣଙ୍କର ନିକଟତମ ସାଧାରଣ ସେବା କେନ୍ଦ୍ରକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବେଦନ କରିପାରିବେ । ଯଦି ଆପଣ ଗ୍ରାମାଞ୍ଚଳରେ ରୁହନ୍ତି ତେବେ ଏଥିପାଇଁ ଆପଣ ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ ।












Click it and Unblock the Notifications