ହୋଲିରେ ଲଗାନ୍ତୁ ଏହି ବଲିଉଡ ଗୀତ, ଆପଣଙ୍କ ପାର୍ଟିରେ ଲଗାଇବା ଚାରଚାନ୍ଦ
ମାର୍ଚ୍ଚ ୧୪ ତାରିଖରେ ସାରା ଦେଶରେ ହୋଲି ପାଳନ କରାଯିବ। ହୋଲିକୁ ନେଇ ବଲିଉଡର ଅନେକ ଫିଲ୍ମ ରହିଛି । ତେବେ ହିନ୍ଦୀ ଗୀତ ରହିଛି ଯାହା ଆପଣ ନିଜ ହୋଲି ପାର୍ଟିରେ ଲଗାଇ ପାରିବେ ।
ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ସିକନ୍ଦର' ଚଳିତ ବର୍ଷ ଇଦରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ପୂର୍ବରୁ ଏହାର ହୋଲି ଗୀତ 'ବମ୍ ବମ୍ ଭୋଲେ' ରିଲିଜ୍ ହୋଇସାରିଛି। ଗାୟକ ଶାନଙ୍କ ସ୍ୱର ଏବଂ ସଲମାନ ଖାନଙ୍କ ଷ୍ଟେପ୍ସ ଏହି ଗୀତରେ ଚାରଚାନ୍ଦ ଲଗାଇଛି । ହୋଲିରେ ଏହି ଗୀତ ଲଗାଇପାରିବେ ।

ଗତ ବର୍ଷ ମୁକ୍ତିଲାଭ କରିଥିବା 'ଦେବ' ଚଳଚ୍ଚିତ୍ରର 'ହୋଲିଆ' ଗୀତଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ନିକିତା ଗାନ୍ଧୀ ଏବଂ ଆଶା ସାପେରାଙ୍କ କଣ୍ଠରେ ଗାଇଥିବା ଏହି ଗୀତଟି ଦର୍ଶକଙ୍କ ମନ ଜିଣିଥିଲା । ହୋଲି ପାର୍ଟିରେ ବନ୍ଧୁମାନଙ୍କ ସହିତ ନାଚିବା ପାଇଁ ଏହା ଏକ ଉତ୍ତମ ଗୀତ।
'ଜବରିଆ ଯୋଡ଼ି' ଫିଲ୍ମର 'ଖାରକେ ଗ୍ଲାସି' ଗୀତରେ ମଧ୍ୟ ହୋଲିର ଏକ ରଙ୍ଗୀନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୀତଠାରୁ ଆରମ୍ଭ କରି ଡ୍ୟାନ୍ସ ସବୁକିଛି ଆପଣଙ୍କୁ ନାଚିବାକୁ ବାଧ୍ୟ କରିଦେବ । ହୋଲି ପାଟିରେ ଆପଣ ଏହି ଗୀତ ଲଗାଇ ପାରିବେ ।
'ୟେ ଜୱାନି ହୈ ଦିୱାନି'ର ହୋଲି ଗୀତ 'ବଲମ୍ ପିଚକାରୀ'ର ଟ୍ରେଣ୍ତ ଏବେ ମଧ୍ୟ ରହିଛି । ଏହି ଗୀତ ବିନା ହୋଲି ପର୍ବ ଅସମ୍ପୂର୍ଣ୍ଣ। ଗୀତର ଶବ୍ଦ ଏବଂ ସଂଗୀତ ଏତେ ଚମତ୍କାର ଯେ ଏହି ଗୀତଟି ବାଜିବା ମାତ୍ରେ ଆପଣ ହୋଲି ପାଟିରେ ଚାରଚାନ୍ଦ ଲାଗିଥାଏ ।












Click it and Unblock the Notifications