ସୁରକ୍ଷା ପାଇଁ ଝିଅ ମୁଣ୍ତରେ କ୍ୟାମେରା ଲଗାଇଲେ ପିତା

Pakistan Viral News: ପାକିସ୍ତାନରେ ଜଣେ ଯୁବକ ନିଜ ଝିଅର ସୁରକ୍ଷା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଲୋକଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି । ଏହି ଘଟଣା ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

Pakistan Viral News

ଝିଅର ସୁରକ୍ଷା ପାଇଁ ପିତା ଘରେ କିମ୍ବା ଘର ବାହାରେ ନୁହେଁ ବରଂ ନିଜ ଝିଅ ମୁଣ୍ତରେ ଏକ ସିସିଟିଭି କ୍ୟାମେରା ଲଗାଇଛନ୍ତି । ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥିରେ ଝିଅଟିର ମଧ୍ୟ କୌଣସି ଅସୁବିଧା ନାହିଁ ଏବଂ ସେ ତାଙ୍କ ପିତାଙ୍କ ନିଷ୍ପତ୍ତିକୁ ମଧ୍ୟ ସମର୍ଥନ କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଝିଅର ମୁଣ୍ଡରେ ଏକ ବଡ କ୍ୟାମେରା ଲଗାଯାଇଥିବାର ଦେଖିବାକୁ ମିଳୁଛି । ଉକ୍ତ ଯୁବତୀ ଜଣଙ୍କ ଏକ ଇଣ୍ଟରଭିୟୁରେ କହିଛନ୍ତି, ତାଙ୍କ ପିତା ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ତାଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହି କ୍ୟାମେରା ଲଗାଇଛନ୍ତି। ଯଦିଓ କିଛି ଲୋକ ଏହାକୁ ନେଇ ମଜାକ ଉଡାଉଛନ୍ତି କିନ୍ତୁ ଏହି ଅନନ୍ୟ ସୁରକ୍ଷା ପାଇଁ ତାଙ୍କର କୌଣସି ଅସୁବିଧା ନାହିଁ ।

ସୋସିଆଲ୍ ମିଡିଆରେ ଏହି କ୍ଲିପ୍'କୁ 17,000 ରୁ ଅଧିକ ଥର ଦେଖାଯାଇ ସାରିଲାଣି । ଲୋକମାନେ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଛି । କିଛି ଲୋକ ପିତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଥିବାବେଳେ କିଛି ଲୋକ ଏପରି କାର୍ଯ୍ୟର ମଜାକ ଉଡାଉଛନ୍ତି । ଜଣେ ସୋସିଆଲ ମିଡିଆ ଉପଭୋକ୍ତା କହିଛନ୍ତି ଯେ ଏତେ ଡିଜିଟାଲ୍ ହେବା ଉଚିତ୍ ନୁହେଁ। ଅନ୍ୟ ଜଣେ କହିଛନ୍ତି ଯେ ଯଦି କେହି ପଛରୁ ଆକ୍ରମଣ କରନ୍ତି ତେବେ କ୍ୟାମେରା ଏହାକୁ କ୍ୟାପଚର କରିପାରିବ ତ ?

କରାଚିରେ ଘଟିଥିବା ଏକ ଘଟଣାରେ ତାଙ୍କ ପିତାଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଉକ୍ତ ଯୁବତୀ ଜଣକ କହିଛନ୍ତି, ତାଙ୍କ ପିତାମାତା ତାଙ୍କ ସୁରକ୍ଷାକୁ ନେଇ ଖୁବ୍ ଚିନ୍ତିତ ଥିଲେ ଏବଂ ସତର୍କତା ପାଇଁ ଏହି ଉପାୟ ଆପଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ତାଙ୍କ ପିତା ହେଉଛନ୍ତି ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଯିଏ କ୍ୟାମେରା ମାଧ୍ୟମରେ ତାଙ୍କ ଉପରେ ନଜର ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+