୧୭ ହଜାର ହ୍ୱାଟସ୍ଆପ୍ ଆକାଉଣ୍ଟ ହେଲା ବ୍ଲକ୍, ଜାଣନ୍ତୁ କାରଣ
Over 17,000 WhatsApp Accounts Blocked: ଭାରତରେ ସାଇବର ଠକେଇରେ ଲାଗୁନି ବ୍ରେକ୍ । ଦିନକୁ ଦିନ ନୂଆ ନୂଆ ଉପାୟରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଠକ । ପ୍ରାୟତଃ ପ୍ରତ୍ୟେକ ଦିନ ଏପରି ଘଟଣା ସାମ୍ନାକୁ ଆସୁଛି । ହେଲେ ସାଇବର ଠକେଇ ଏବଂ ଡିଜିଟାଲ ଆରେଷ୍ଟକୁ ରୋକିବା ପାଇଁ ବର୍ତ୍ତମାନ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରାୟ ୧୭ ହଜାର ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ କରି ଦେଇଛନ୍ତି । ତେବେ ବ୍ଲକ୍ କରାଯାଇଥିବା ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍ ଆରେଷ୍ଟ ଏବଂ ସାଇବାର ଠକେଇ ମାମଲା ସହ ଜଡିତ ଥିବା ନେଇ ସୂଚନା ମିଳିବା ପରେ ଏପରି ପଦକ୍ଷେପ ନିଆଯାଇଛି । ସେହିପରି ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ୭୦୯ଟି ମୋବାଇଲ୍ ଆପକୁ ମଧ୍ୟ ବ୍ଲକ କରିଥିବା ନେଇ ଖବର ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକରା ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏଥିରେ ଗୃଗ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଏହି କମିଟି ଉପରେ ନଜର ରଖିବେ । ସେହିପରି ସାଇବର ଅପରାଧକୁ ରୋକିବା ପାଇଁ ଆଗାମୀ ଦିନରେ କେନ୍ଦ୍ର ଆହୁରି କଠୋନ ନିୟମ ଲାଗୁ କରିପାରେ ବୋଲି ସୂଚନା ରହିଛି । ସାଇବାର ଠକେଇ ଏବଂ ଡିଜିଟାଲ ଆରେଷ୍ଟ ଘଟଣାରେ ୬ ଲକ୍ଷ ମୋବାଇଲ୍ ଫୋନ୍ ଜଡିତ ଥିବା ନେଇ ସୂଚନା ରହିଛି ।












Click it and Unblock the Notifications