ସାବଧାନ: ବାଉନ୍ସ ବ୍ୟାକ କରିପାରେ ଓମିକ୍ରନ, ରାଜ୍ୟରେ ଦୈନିକ ପ୍ରାୟ ୨୦ ଜଣ ଆକ୍ରାନ୍ତ ହେଉଛନ୍ତି ମୃତ୍ୟୁର ଶିକାର
ଭୁବନେଶ୍ବର: ରାଜ୍ୟରେ ଗତ ଏକ ସପ୍ତାହ ହେଲା କ୍ରମାଗତ ଭାବରେ ବଢି ଚାଲିଛି କରୋନା ଜନିତ ମୃତ୍ୟୁ। 3ୟ ଲହର ଆରମ୍ଭରେ କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ହେଉଥିବା ଆକ୍ରଙ୍କ୍ତଙ୍କ ସଂଖ୍ୟା ଦୈନିକ ଏକ କିମ୍ବା ଦୁଇରେ ରହୁଥିଲା । ତେବେ ହଠାତ ଗତ ଏକ ସପ୍ତାହ ଧରି ଆଶ୍ଚର୍ଯ୍ୟ ଜନକ ଭାବରେ ମୃତ୍ୟୁ ସଂଖ୍ୟା 18ରୁ 19 ରହୁଛି । ଏହା ସରକାରୀ ତଥ୍ୟ ହୋଇଥିବା ଯୋଗୁ ମୃତ୍ୟୁ ସଂଖ୍ୟା ଏହାଠାରୁ ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି ।

ତୃତୀୟ ଲହର ଭୟ କମିବାରେ ଲାଗିଥିବା ବେଳେ ଓମିକ୍ରନ ନୁହେଁ ଏବେ ବି ଡେ଼ଲ୍ଟା ଯୋଗୁ ଜୀବନ ହାନି ହେଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ଲଗାତର ଭାବେ ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି । ହେଲେ ଗତ ୫ଦିନ ଭିତରେ ରାଜ୍ୟରେ ୭୦ ଜଣଙ୍କର ଜୀବନ ନେଲାଣି କିଲର କରୋନା। ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ପିକର ମାସେ ପରେ ମୃତ୍ୟୁ ଟିକିଏ ବଢେ । ଜାନୁଆରୀ ମାସରେ ରାଜ୍ୟରେ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି ।
ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟା ଠାରୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ। ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ସେ କହିଛନ୍ତି। ଦୈନିକ ମୃତ୍ୟୁ ସଂଖ୍ୟାକୁ ନେଇ ଭୟ ନ କରିବାକୁ ସ୍ଵାସ୍ଥ୍ୟ ଵିଶେଷଜ୍ଞ କହିଛନ୍ତି।












Click it and Unblock the Notifications