Ola-Uber'କୁ ନୋଟିସ୍, ଆଇଫୋନ୍ ଏବଂ Android ଫୋନ୍ ପାଇଁ ରହୁଛି ଭିନ୍ନ ଭିନ୍ନ ଭଡ଼ା
Ola-Uber News: Ola-Uber'କୁ କେନ୍ଦ୍ର ଜାରି କଲା ନୋଟିସ୍ । ଆଇଫୋନ୍ ଏବଂ Android ଫୋନ୍ ୟୁଜର୍ସଙ୍କ ପାଇଁ କାହିଁକି ଭିନ୍ନ ଭିନ୍ନ ଭଡ଼ା ରହୁଛି ବୋଲି ପ୍ରଶ୍ନ କରାଯାଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ X ରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।
PTIର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର ଦିନ କହିଛନ୍ତି ଯେ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) କ୍ୟାବ୍ ସେବା ପ୍ରଦାନକାରୀ ଓଲା ଏବଂ ଉବରକୁ ସମାନ ଦେୟ ଦେବାକୁ ଏକ ନୂତନ ନିର୍ଦ୍ଦେଶ ଦେଇଛି । ଆଇଫୋନ୍ ଏବଂ Android ଫୋନରୁ ଗୋଟିଏ ସ୍ଥାନରୁ କ୍ୟାବ୍ ବୁକ କରିବାର ଭିନ୍ନ ଭିନ୍ନ ମୂଲ୍ୟ କାହିଁକି ନିଆଯାଉଛି ବୋଲି ପ୍ରଶ୍ନ କରାଯାଇଛି । ଯେଉଁଥିପାଇଁ କମ୍ପାନୀକୁ ନୋଟିସ୍ ମଧ୍ୟ ଜାରି କରାଯାଇଛି।

ଜୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, "ଗ୍ରାହକ ବ୍ୟାପାର ବିଭାଗ CCPA ମାଧ୍ୟମରେ ପ୍ରମୁଖ କ୍ୟାବ୍ ଡ୍ରାଇଭର ଏବଂ ଓଲା- ଉବରକୁ ଏକ ନୋଟିସ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ଭିନ୍ନ ଭିନ୍ନ ମୋବାଇଲ୍ ଫୋନ୍ ମାଧ୍ୟମରେ ଗୋଟିଏ ସ୍ଥାନ ପାଇଁ ବୁକିଂ ପାଇଁ ଭିନ୍ନ ଭିନ୍ନ ଟଙ୍କାର ଚାର୍ଜ କାହିଁକି କରାଯାଉଛି ସେଥି ପାଇଁ ସ୍ପଷ୍ଟୀକରଣ ମଗାଯାଇଛି।
As a follow-up to the earlier observation of apparent #DifferentialPricing based on the different models of mobiles (#iPhones/ #Android) being used, Department of Consumer Affairs through the CCPA, has issued notices to major cab aggregators #Ola and #Uber, seeking their…
— Pralhad Joshi (@JoshiPralhad) January 23, 2025
ଗତ ମାସରେ, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ ଗ୍ରାହକ ଶୋଷଣ ପ୍ରତି ଶୂନ୍ୟ ସହନଶୀଳତା ରହିବ ଏବଂ CCPAକୁ ଏହି ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଏପରି କାର୍ଯ୍ୟକଳାପକୁ ଗ୍ରାହକଙ୍କ ସ୍ୱଚ୍ଛତା ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ।












Click it and Unblock the Notifications