ଶୀତରେ ଥରୁଛି ଓଡ଼ିଶା, ଫେବ୍ରୁଆରୀ ୩ରୁ ପୁଣି ବର୍ଷା !
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ୩ ଫେବୃଆରୀ ରୁ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏମିତି କିଛି ଟ୍ବିଟ୍ କରି ବର୍ଷା ନେଇ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ସାବଧାନ!! ପୁଣି ଆସୁଛି ପଶ୍ଚିମା ଝଡ଼ । ଏହା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ୩ ଫେବୃଆରୀ ରୁ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏମିତି କିଛି ଟ୍ବିଟ୍ କରି ବର୍ଷା ନେଇ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ଜୋର ଶୀତ ହେଉଛି। ଗତକାଲି ରାତିରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୬.୨ ଡିଗ୍ରୀ ରହିଥିଲା। ସେହିପରି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୭, ଝାରସୁଗୁଡ଼ା ୭.୬, ସୋନପୁରରେ ୭.୯, ବୌଦ୍ଧରେ ୮.୫, ଭବାନୀପାଟଣା ଓ କୋରାପୁଟ ୯, ବଲାଙ୍ଗିର ୯.୫ ଏବଂ ହୀରାକୁଦରେ ୯.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୧୧.୨ ଓ ୧୧.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଥିବା ଅନ୍ୟ ଏକ ଟ୍ୱିଟ୍ରେ କୁହାଯାଇଛି ଯେ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ରହିବ। ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ତଳେ ରହିବ। ୩୧ ତାରିଖରୁ ରାତି ତାପମାତ୍ର ବଢ଼ିବ ଓ ଶୀତ କମିବ।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ଶୀତ ଋତୁରେ ନିୟମିତ ବ୍ୟବଧାନରେ ଲଗାତାର ଭାବେ ବର୍ଷା ହେଉଛି। ଏଥିଯୋଗୁ ଚାଷୀମାନେ ବିଶେଷ ଭାବେ କ୍ଷତି ସହିଛନ୍ତି। ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହୋଇଛି।












Click it and Unblock the Notifications