ଓଡ଼ିଶାର ପୋଲିଓ ଟୀକାକରଣ ଅଭିଯାନକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Odisha’s Polio Vaccination Programme :ଓଡ଼ିଶାର ପୋଲିଓ ଟୀକାକରଣ ଅଭିଯାନକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ଓଡ଼ିଶାର ପୋଲିଓ ଟୀକାକରଣ ଅଭିଯାନକୁ ପ୍ରଶଂସା କରିଛି । ଓଡ଼ିଶାର ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଏବଂ ନିୟମିତ ଟିକାକରଣ କାର୍ଯ୍ୟକ୍ରମକୁ ଏକ ଭଲ ପ୍ରୟାସ ବୋଲି କହିଛି ଡବ୍ଲୁଏଚ୍‌ଓ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କହିଛି ଯେ ଓଡି଼ଶା ଏଥିରୁ ବହୁତ ଲାଭବାନ ହୋଇପାରିବ ।

POLIO 2
ଡବ୍ଲୁଏଚ୍‌ଓ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ରେଜିଷ୍ଟରରେ ପିଲାମାନଙ୍କର ଟ୍ରାକିଂ ଏବଂ ଏଚଏମଆଇଏସ୍ ରେ ମାସିକ ରିପୋର୍ଟିଂର ମଧ୍ୟ ପ୍ରଶଂସା କରିଛି । ଫେବୃଆରୀ 2022ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କୁ ପୋଲିଓ ଔଷଧ ଦେଇ 2022 ମସିହାର ଜାତୀୟ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ସମସ୍ତ ରାଜ୍ୟରେ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
PLIO 2

ପୋଲିଓ ଜୀବାଣୁ ବିରୁଦ୍ଧରେ ଜନସଂଖ୍ୟା ପ୍ରତିରୋଧକ ଶକ୍ତି ବଜାୟ ରଖିବା ଏବଂ ପୋଲିଓ ମୁକ୍ତ ସ୍ଥିତି ବଜାୟ ରଖିବା ପାଇଁ ଭାରତ ପ୍ରତିବର୍ଷ ପୋଲିଓ ପାଇଁ ଗୋଟିଏ ଦେଶବ୍ୟାପୀ ଏନ୍ଆଇଡି ଏବଂ ଦୁଇଟି ସବ-ନ୍ୟାସନାଲ SNIDsଆୟୋଜନ କରିଥାଏ । ପୋଲିଓ NID ସମୟରେ, ସମସ୍ତ ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୭୩୫ଟି ଜିଲ୍ଲାର ୧୫ କୋଟିରୁ ଅଧିକ ପିଲାଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+