ବିଳମ୍ବ ହେବ କିନ୍ତୁ ପରୀକ୍ଷା ହେବ : ଚଳିତ ଶିକ୍ଷାବର୍ଷରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା

ଚଳିତ ଶିକ୍ଷାବର୍ଷରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା । ବିଳମ୍ବ ହୋଇପାରେ କିନ୍ତୁ ପରୀକ୍ଷା ହେବ । ଏଥିପାଇଁ ସବୁଠାରୁ କମ୍ ତିନି ମାସ ପାଠ ପଢା ହେବ । ଏହାପରେ ପରୀକ୍ଷା ହେବ । ଚଳିତ ଶିକ୍ଷାବର୍ଷରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଆହୁରି ମଧ୍ୟ ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି ।

ସମୀର ରଞ୍ଜନ ଦାସ

ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ହେବା ନିଷ୍ପତି ହୁଏ, ତାହା ହେଲେ ପରୀକ୍ଷା ହୁଏତ ବନ୍ଦ ହୋଇପାରେ । ଯଦି ପରୀକ୍ଷା ବନ୍ଦ ହୁଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଏଠାରେ ସୂଚନାଥାଉକି, ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ପ୍ରଥମେ ନିଷ୍ପତି ହୋଇଥିଲା । ହେଲେ ପରବର୍ତ୍ତି ସମୟରେ ଡିସେମ୍ବରରେ କୋଭିଡର ଦ୍ୱିତୀୟ ସଂକ୍ରମଣ ଆସିପାରେ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ଡିସେମ୍ବର 31 ଯାଏଁ ସମସ୍ତ ସ୍କୁଲ ବନ୍ଦ କରାଯାଇଥିଲା । ତେବେ ପୂର୍ବପରି ଅନଲାଇନ୍ ଯୋଗେ ପିଲାଙ୍କ ପାଠ ପଢା ଜାରି ରହିବ ବୋଲି ରାଜ୍ୟ ସରକାର କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+