ଓଡିଶା ଇନଫ୍ରାଟେକ୍ ର ନିର୍ଦ୍ଦେଶକ ପଦରୁ ମନୋରଞ୍ଜନଙ୍କ ଇସ୍ତଫା
ଓଡିଶା ଇନଫ୍ରାଟେକ୍ ର ନିର୍ଦ୍ଦେଶକ ପଦରୁ ମନୋରଞ୍ଜନ ଷଡଙ୍ଗୀଙ୍କ ଇସ୍ତଫା
ଭୁବନେଶ୍ୱର : ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦରୁ ମନୋରଞ୍ଜନ ଷଡଙ୍ଗୀ ଇସ୍ତଫା ଦେଇଛନ୍ତି । ଏସମ୍ପର୍କରେ ମନୋରଞ୍ଜନଙ୍କ ସଂପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ଇସ୍ତଫା ଦେଇଥିବା ତାଙ୍କ ସଂପର୍କୀୟ କହିଛନ୍ତି । ଏଥିସହ ଓଡିଭିର ଚିଫ୍ ଫାଇନାନ୍ସ ଅଫିସର ପଦବୀରୁ ମଧ୍ୟ ସେ ଇସ୍ତଫା ଦେଇଥିବା ସେ କହିଛନ୍ତି । ସାରୁଅ ଜମି ଜାଲିଆତି ମାମଲାରେ ମନୋରଞ୍ଜନଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧ ଶାଖା ଗିରଫ କରିଥିଲା । ଏବେ ମନୋରଞ୍ଜନ ଝାରପଡା ଜେଲ୍ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।













Click it and Unblock the Notifications