୭୩ ତମ ରାଜ୍ୟସ୍ତରୀୟ ସାଧାରନତନ୍ତ୍ର ଦିବସ ମହାସମରୋହରେ ପାଳିତ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ସାଧାରନତନ୍ତ୍ର ଦିବସ। 26 ଜାନୁୟାରୀ 1950 ମସିହାରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ମହାନ ଦିବସକୁ ସ୍ମରଣୀୟ କରିବା ପାଇଁ 26 ଜାନୁୟାରୀକୁ ସାଧାରଣତନ୍ତ୍ର ଦିବସ, ଗଣତନ୍ତ୍ର ଦିବସ ବା ଜନରଜ୍ୟ ଦିବସ ଭାବରେ ପାଳନ କରାଯାଉଛି। ଆଜି ସମଗ୍ର ଦେଶରେ 73 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯାଉଛି। ଓଡିଶାର ରାଜଧାନୀ ଭୁବନେଶ୍ବର ସ୍ଥିତ ଗନ୍ଧିମାର୍ଗରେ ପାରମ୍ପରିକ ଭାବରେ ଚଳିତ ବର୍ଷ ମଧ୍ୟ ରାଜ୍ୟସ୍ତରୀୟ ସମାରୋହ ପାଳନ କରାଯାଇଛି।

republic day

ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଧାନୀ ଗନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏଥିସହିତ ସୀମିତ ସଂଖ୍ୟକ ବିଶିଷ୍ଟ ଅତିଥି ଏବଂ ଅଧିକାରୀଙ୍କ ଗହଣରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ସେହିପରି କାର୍ଯ୍ୟର୍କମରେ ପରେଡର ସମୟ ଓ ସଂଖ୍ୟାକୁ ମଧ୍ୟ ସଙ୍କୁଚିତ କରଯାଇଥିଲା । ଏଥିରେ ମୋଟ 10ଟି ଦଳ ଅଂଶଗ୍ରହଣ କରିଥିଲେ । ଆଇପିଏସ ରୋହିତ ବର୍ମା ପରେଡ ପରିଚାଳନା କରିଥିଲେ।

republic day

ରାଜ୍ୟସ୍ତରୀୟ ସମାରୋହର ସବିଶେଷ ସୂଚନା:

ପ୍ରଥମେ ମୁଖ୍ୟ ଶାସନ ସଚିବ, ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପ ମହାନିର୍ଦେଶକ ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଵାଗତ କରିଥିଲେ । ମହାମହିମ ରାଜ୍ୟପାଳ ସମାରୋହ ସ୍ଥଳକୁ ପୂର୍ବାହ୍ନ 8.28 ସମୟରେ ଆଗମନ କରିଥିଲେ । 8.30 ମିନିଟ ସମୟରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ପରେଡ କମାଣ୍ଡର ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ପୋଲିସ ବ୍ୟାଣ୍ଡ ଜାତୀୟ ସଙ୍ଗୀତ ଗାନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+