ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍
ଓଡିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍
ଖୋର୍ଧା : ସାରୁଅ ଜମି ଜାଲିଆତି ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ କମ୍ପାନୀ ଓଡିଶା ଇଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ । ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପଚରାଉଚରା କରିବା ପାଇଁ ନୋଟିସ୍ କରିଥିବା ଜଣାପଡିଛି । ନିହାର ଓଡିଶାଇନଫ୍ରାଟେକର ନିର୍ଦ୍ଦେଶକ ସହ ଓଟିଭିର ସିଇଓ ଭାବରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ଏହି ଜମି ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ଦୁଇ ନିର୍ଦ୍ଦେଶକଙ୍କୁ ପଚରାଉଚରା କରି ସାରିଛି । ସେମାନେ ହେଲେ ମନୋରଞ୍ଜନ ଷଡଙ୍ଗୀ ଓ ବିଭୁ ରଥ । ତେବେ ଏହି ଦୁଇ ଜଣଙ୍କୁ ପଚରାଉଚରା ପରେ ମନୋରଞ୍ଜନ ଷଡଙ୍ଗୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମନୋରଞ୍ଜନ ଏବେ ଝାରପଡାର ବିଚାର ବିଭାଗୀୟ ହାଜତରେ ଅଛନ୍ତି । ମନୋରଞ୍ଜନଙ୍କୁ ଏହି ଜାଲିଆତି ମାମଲାରେ ଫସାଇ ଦିଆଯାଇଥିବା ଗତ ଶୁକ୍ରବାର ତାଙ୍କ ସମ୍ପର୍କୀୟ ଗଣମାଧ୍ୟମରେ ଅଭିଯୋଗ କରିଥିଲେ ।













Click it and Unblock the Notifications