Get Updates
Get notified of breaking news, exclusive insights, and must-see stories!

ପୁଣି ବଢିଲା ସଂକ୍ରମଣ: ରାଜ୍ୟରେ ଆଉ ୭,୪୨୬ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ

ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ୨୪ଘଣ୍ଟା ମଧ୍ୟରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବର୍ଗର ୮୬୭ ପଜିଟିଭ ଚିହ୍ନଟ । ସେହିଭଳି ସଙ୍ଗରୋଧରୁ ୪୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୨୦ ଜଣ ।

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ୨୪ଘଣ୍ଟା ମଧ୍ୟରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବର୍ଗର ୮୬୭ ପଜିଟିଭ ଚିହ୍ନଟ । ସେହିଭଳି ସଙ୍ଗରୋଧରୁ ୪୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୨୦ ଜଣ ।

corona positive

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୯୫୯ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ସୁନ୍ଦରଗଡ଼ରୁ ୭୭୮, କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ଷ୍ଟେଟ୍‌ପୁଲ୍‌ରୁ ୩୯୧, ନୟାଗଡ଼ରୁ ୨୪୫, ସୁବର୍ଣ୍ଣପୁରରୁ ୨୧୨, ବଲାଙ୍ଗିରରୁ୨୦୭, କଳାହାଣ୍ଡିରୁ ୧୮୮, କୋରାପୁଟରୁ ୧୫୯, ନୂଆପଡ଼ାରୁ ୧୯୧, ମୟୂରଭଞ୍ଜରୁ ୧୬୬ ଓ ସମ୍ବଲପୁରରୁ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୦୯, ବରଗଡ଼ରୁ ୧୩୪, ଭଦ୍ରକ ୧୦୦, ବୌଦ୍ଧ ୯୮, ଦେବଗଡ଼ ୨୫, ଢେଙ୍କାନାଳ ୩୭, ଗଜପତି ୯୯,ଗଞ୍ଜାମ ୩୪, ଜଗତସିଂହପୁର ୧୨୯, ଯାଜପୁର ୧୫୨, ଝାରସୁଗୁଡ଼ା ୪୫, କନ୍ଧମାଳ୧୨୩, କେନ୍ଦ୍ରାପଡ଼ା ୮୪, କେନ୍ଦୁଝର ୧୩୬, ମାଲକାନଗିରି ୬୭, ନବରଙ୍ଗପୁର ୧୧୭, ନୂଆପଡ଼ା ୧୯୧,ପୁରୀରୁ ୧୦୬ ଓ ରାୟଗଡ଼ାରୁ ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 1

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ ପହଞ୍ଚିଥିବା ବେଳେ ୧୧ ଲକ୍ଷ୪୨,୧୬୧ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୭୪ହଜାର ୫୧୨ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୫୪୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଓ ଅନୁଗୋଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+