ଠିକା କର୍ମଚାରୀ ସଂଘର ଗର୍ଜନରେ କମ୍ପିଲା ଲୋୟର ପିଏମ୍ଜି, ବର୍ଷା ସତ୍ତ୍ବେ ବିରୋଧ ପ୍ରଦର୍ଶନ
ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ । ଠିକା କର୍ମଚାରୀ ସଂଘର ଗର୍ଜନରେ କମ୍ପିଲା ଲୋୟର ପିଏମ୍ଜି । ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମ୍ଜି ଛକରେ ଆନ୍ଦୋଳନ କରିଛନ୍ତି ।
ଭୁବନେଶ୍ୱର: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ । ଠିକା କର୍ମଚାରୀ ସଂଘର ଗର୍ଜନରେ କମ୍ପିଲା ଲୋୟର ପିଏମ୍ଜି । ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମ୍ଜି ଛକରେ ଆନ୍ଦୋଳନ କରିଛନ୍ତି । ଲଘୁଚାପର ଲଗାଣ ବର୍ଷା ସତ୍ତ୍ବେ କର୍ମଚାରୀମାନେ ତାଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ କର୍ମଚାରୀ ମାନେ ଏହି ଆନ୍ଦୋଳନ କରିଥିବା ଜଣାପଡ଼ିଛି ।

ପ୍ରାୟ ୧୦ ହଜାର ଠିକା କର୍ମଚାରୀ ପ୍ରବଳ ବର୍ଷା ସତ୍ତ୍ୱେ ଭୁବନେଶ୍ୱରର ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି । ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ସହିତ ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ ଚାଲିଛି । ରାଜ୍ୟ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଭଳି ବିଭିନ୍ନ ବିଭାଗର ଠିକା କର୍ମଚାରୀ ଏହି ଆନ୍ଦୋଳନରେ ବସିଛନ୍ତି ।

କୃଷି ଏବଂ କୃଷକ ସଶକ୍ତିକରଣ, ସହଯୋଗ, ବାଣିଜ୍ୟ ଏବଂ ପରିବହନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଶକ୍ତି, ଏକ୍ସାଇଜ୍, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ଖାଦ୍ୟ ସାମଗ୍ରୀ ଏବଂ ଗ୍ରାହକ କଲ୍ୟାଣ, ଜଙ୍ଗଲ ଏବଂ ପରିବେଶ, ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ ଭିଳି ବିଭାଗରେ କାମ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସେହିପରି ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା ବିଭାଗ, ଗୃହ ଏବଂ ସହରୀ ବିକାଶ, ଇଣ୍ଡଷ୍ଟ୍ରିଜ୍, ସୂଚନା ଏବଂ ଜନସମ୍ପର୍କ, ଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା , ନିୟମ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପରି ଅନେକ ବିଭାଗର କର୍ମଚାରୀ ଏହି ଆନ୍ଦୋଳନକୁ ଓହ୍ଳାଇବା ସହ ସରକାଙ୍କ ନିକଟରେ ଚୁକ୍ତିଭିତ୍ତିକ ପ୍ରଥା ଉଠାଇବାକୁ ଦାବି ରଖିଛନ୍ତି ।












Click it and Unblock the Notifications