ୟୁକ୍ରେନରେ ଫସି ଥିବା ଓଡିଆଙ୍କ ସୁରକ୍ଷା: କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ନବୀନ
ଭୁବନେଶ୍ବର: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥତି ଉପୁଜିଥିବା ବେଳେ ୟୁକ୍ରେନରେ ଫସି ରହିଛନ୍ତି ବହୁ ଓଡିଆ ଛାତ୍ରଛାତ୍ରୀ। ସେମାନଙ୍କ ସୁରକ୍ଷିତ ସ୍ଵଦେଶ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ। ୟୁକ୍ରେନ ସରକାରଙ୍କ ସହିତ ନୂଆଦିଲ୍ଲୀ ସମସ୍ତ ସମନ୍ଵୟ ଜାରି ରଖିଛି ଏବଂ ଛାତ୍ରଛାତ୍ରୀ ତଥା ଅନ୍ଯାନ୍ଯ ଭାରତୀୟ ନାଗରିକଙ୍କ ଘର ବାହୁଡା ପାଇଁ ଭାରତ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କହିଛନ୍ତି ଅମିତ ଶାହ।

ୟୁକ୍ରେନରେ ରହିଥିବା ଓଡିଆଙ୍କ ସୁରକ୍ଷା ତଥା ଘର ବାହୁଡା ପାଇଁ ଆଜି ପୂର୍ବାହ୍ନରେ ଫୋନ ଯୋଗେ ଅମିତ ଶାହଙ୍କ ସହିତ ନବୀନ ପଟ୍ଟନାୟକ କଥାବାର୍ତ୍ତା କରିଥିଲେ। ସୂଚନା ଯୋଗ୍ୟ ଯେ, ଭାରତର ଶତାଧିକ ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜରେ ଅଧ୍ୟୟନରତ ଅଛନ୍ତି । ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ସୁରକ୍ଷିତ ସହାବସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ଏକ ସ୍କୁଲ ହଷ୍ଟେଲରେ ଦୁଇଶହ ବିଦ୍ୟାର୍ଥୀଙ୍କୁ ଥଇଥାନ କରାଯାଇଥିବା ବେଳେ ୟୁକ୍ରେନ ସରକାର ମଧ୍ୟ ସେମାନଙ୍କ ରହଣି ପାଇଁ ସମ୍ପୂର୍ଣ ସହଯୋଗ କରିଛନ୍ତି।
ଭାରତ ଜାରି କରିଛି ହେଲ୍ପଲାଇନ ନମ୍ବର:
ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ତଥା ସେମାନଙ୍କ ସମ୍ଭାବ୍ୟ ଘର ବାହୁଡା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଆବଶ୍ୟକ ମୁତବକ ଏହି ସବୁ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ଏଥିସହିତ ଯେଉଁମାନେ ଯେଉଁ ସ୍ଥାନରେ ଅଛନ୍ତି, ସେଠାରୁ ଅନ୍ୟ ସୂଚନା ନମିଳିବ ଯାଏଁ ଅନ୍ୟତ୍ର ନଘୁଞ୍ଚିବାକୁ ପରାମର୍ଶ ଦିଆ ଯାଇଛି।
ଏହି ନମ୍ବର ଗୁଡିକ ହେଲା: +91 11 23012113, +91 11 23014104, +91 1123017905 Fax - +91 11 23088124












Click it and Unblock the Notifications