ନଭେମ୍ବର 20ରୁ ଓଡିଶା ବିଧାନସଭାର ଶୀତ ଅଧିବେସନ
ନଭେମ୍ବର 20ରୁ ଆରମ୍ଭ ହେଉଛି ଓଡିଶା ବିଧାନସଭାର ଶୀତ ଅଧିବେସନ । ଡିସେମ୍ବର 31 ଯାଇଁ ଚାଲିବାକୁ ଥିବା ଏହି ଅଧିବେସନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ନଭେମ୍ବର 20 ତାରିଖରୁ ବିଧାନସଭାର ଶୀତ ଅଧିବେସନ ଆରମ୍ଭ ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ନଭେମ୍ବର 20ରୁ ଆରମ୍ଭ ହୋଇ ଡିସେମ୍ବର 31 ଯାଏଁ ଏହି ଶୀତ ଅଧିବେସନ ଚାଲିବ ବୋଲି ଏଥିରେ କୁହାଯାଇଛି । ସେହିପରି ବିଧାନସଭା ଆରମ୍ଭ ହେବା ଦିନ ଅର୍ଥାତ ନଭେମ୍ବର 20ରେ ହିଁ ଆଗତ ହେବ ଅତିରିକ୍ତ ବଜେଟ । ସେହିପରି 26, 27 ଓ 28 ତାରିଖରେ ବଜେଟ୍ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।













Click it and Unblock the Notifications