Get Updates
Get notified of breaking news, exclusive insights, and must-see stories!

ଓଡିଶା ହାଇ କୋର୍ଟର ତିନିଜଣ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

କଟକ: ଆଜି ଓଡିଶା ହାଇକୋର୍ଟର ତିନିଜଣ ନୂତନ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁୁରହରୀ ଶ୍ରୀ ରମଣ ଆଜି ଶପଥ ପାଠ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ ।

Orissa High court

ଜଷ୍ଟିସ ବିରଜା ପ୍ରସନ୍ନ ସତପଥୀ ହେଉଛନ୍ତି ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ଅଟନ୍ତି । ସେ ରେଭେନ୍ସାରୁ ଆଇ କମ୍ , ବିକମ୍ ଏମ କମ୍ ପାସ କରିବା ପରେ ମଧୁସୂଦନ ଆଇନ କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ସେହିପରି ଜଷ୍ଟିସ ଭି ନରସିଂହ ହେଉଛନ୍ତି ହାଇକୋର୍ଟର ପୂର୍ବତନ ବିଚାରପତି ସ୍ୱର୍ଗତ ଜଷ୍ଟିସ ଭି ଗୋପାଳ ସ୍ୱାମୀ ଓ ଅବସରପ୍ରାପ୍ତ ଅତିରିକ୍ତ ସ୍କୁଲ ଶିକ୍ଷକଙ୍କ ପୁଅ । ୧୯୬୭ ମସିହାରେ ତାଙ୍କର ଜନ୍ମ । ସେ ଭୁବନେଶ୍ୱର ୟୁନିଟ ୧ବୟେଜ୍ ହାଇସ୍କୁଲରେ ମାଟ୍ରିକ ପାସ କରିଛନ୍ତି । ବିଜେବି କଲେଜରୁ କମର୍ସ ଓ ଏମ ଏସ ଲ କଲେଜରୁ ଆଇନରେ ଏଲଏଲ ଏମ୍ ପାସ୍ କରିଛନ୍ତି । ସେହିପରି ଜଷ୍ଟିସ ମୁରହରୀ ଶ୍ରୀ ରମଣ ୧୯୭୦ ମସିହା ଜୁନ୍ ୮ରେ ଜନ୍ମ ଗ୍ରହଣ କରିଥିଲେ । ସେ ସାମ୍ବିଧାନିକ ଓ ଗୁରୁତ୍ୱ ପୂର୍ଣ୍ଣର୍ ମାମଲାରେ ଅନେକ ସୁନାମ ଅର୍ଜନ କରିଛନ୍ତି । ନୂଆ ବିଚରପତି ନିଯୁକ୍ତି ହେବାପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଁଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+