NOTA: ନୋଟାରେ ଅଧିକ ଭୋଟ୍‌ ପଡିଲେ କିଏ ହେବେ ବିଜେତା ? କ'ଣ ରହିଛି ନିୟମ ଜାଣନ୍ତୁ ?

ନେତା ବାଛିବେ ଜନତା । ସବୁଦିନ କିଛି ନା କିଛି ଦେଖିବାକୁ ମିଳୁଛି । ସବୁ ଦଳ ନିଜ ନିଜ ପ୍ରାର୍ଥୀ ତାଲିକା ପ୍ରାୟ ଘୋଷଣା କରି ସାରିଲେଣି । ଏତିକିବେଳେ ଜନତା ଜନାର୍ଦ୍ଦନ ମଧ୍ୟ କାହାକୁ ଭୋଟ୍‌ ଦେବେ ମନ ବଳାଇ ସାରିଲେଣି ।

ଆମେ ସମସ୍ତ ଜାନିଛେ ଇଭିଏମରେ ସବୁ ପ୍ରାର୍ଥୀଙ୍କ ପାଇଁ ଏକ ଚିହ୍ନ ଥାଏ । ତାହା ସହ ଆଉ ଏକ ଚିହ୍ନ ଥାଏ । ଯାହାକୁ ଆମେ ନୋଟା କହୁ। ଯଦି ଜଣେ ଲୋକ ମନ ପସନ୍ଦର ପ୍ରାର୍ଥୀ ନାହାନ୍ତି ତେବେ ସେମାନେ କାହାକୁ ଭୋଟ୍‌ ଦେବେ ? ଏଥିପାଇଁ ମଧ୍ୟ ଇଭିଏମରେ ବିକଳ୍ପ ଭାବେ ନୋଟା ରହିଛି ।

ଯଦି ଏକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ତୁଳନାରେ ନୋଟାରେ ଅଧିକ ଭୋଟ ପଡେ ତେବେ କ'ଣ ହେବ ?

ଆସନ୍ତୁ ଜାଣିବା ନୋଟା କ'ଣ, ନୋଟାରେ ଅଧିକ ଭୋଟ ମିଳିଲେ କ'ଣ ହୁଏ ?

ଦୀର୍ଘ ସମୟ ଧରି ଇଭିଏମ ମେସିନର ବ୍ୟବହାର ହୋଇ ଆସୁଛି କିନ୍ତୁ ଗତ ଦଶନ୍ଧିରୁ ନୋଟା ବଟନ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି । ଯଦି କୌଣସି ପ୍ରାର୍ଥୀଙ୍କୁ ଯୋଗ୍ୟ ନ ପାଆନ୍ତି ତେବେ କଣ ହେବ? ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏହି ବ୍ୟବସ୍ଥା କରିଛନ୍ତି । ଯାହା ଦ୍ୱାରା ଜଣାପଡିବ ଯେ, କେତେ ପ୍ରତିଶତ ଲୋକ ନିଜ ମନ ମୁତାବକ ପ୍ରାର୍ଥୀ ପାଇପାରୁ ନାହାନ୍ତି ।

୨୦୧୩ରେ ପ୍ରଥମ ଥର ପାଇଁ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନରେ ନୋଟା ପ୍ରଚଳନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ, ୨୦୧୩ ଠାରୁ, ଭୋଟରଙ୍କୁ ସବୁ ନିର୍ବାଚନରେ NOTA ବିକଳ୍ପ ଦିଆଯିବା ଆରମ୍ଭ ହୋଇଥିଲା। ଇଭିଏମର ଶେଷ ଭାଗରେ ଏହି ବଟନ୍‌ ରହିଛି ।

NOTA

NOTA ଆସିବା ପୂର୍ବରୁ, ଯଦି ଜଣେ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ ନ କରି ଭୋଟ ଦିଅନ୍ତି ନାହିଁ ତେବେ ସେମାନଙ୍କ ଗୋଟିଏ ଭୋଟ୍‌ ନଷ୍ଟ ହୋଇଯାଉଥିଲା । ଏବେ ସମୟ ବଦଳିବା ସହ NOTA ର ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । NOTA ଏକ ଅବୈଧ ଭୋଟ ଭାବରେ ବିବେଚନା କରାଯାଉଥିଲା । ଅର୍ଥାତ୍‌ ଯଦି ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ NOTA ରେ ଅଧିକ ଭୋଟ ମିଳୁଥିଲା ତେବେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଉଥିଲା।

ହେଲେ ୨୦୧୮ରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଥିଲା। ୨୦୧୮ ଡିସେମ୍ବରରେ ହରିୟାଣାର ପାଞ୍ଚଟି ଜିଲାରେ ଅନୁଷ୍ଠିତ ମ୍ୟୁନିସିପାଲିଟି ନିର୍ବାଚନରେ ନୋଟା ସର୍ବାଧିକ ଭୋଟ ପାଇଥିଲା। ଏଭଳି ପରିସ୍ଥିତିରେ ସମସ୍ତ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଆଉ ନିର୍ବାଚନ ଆୟୋଗ ପୁର୍ନବାର ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ।

ମହାରାଷ୍ଟ୍ରର ନିର୍ବାଚନ ଆୟୋଗ ୨୦୧୮ରେ, ନୋଟାକୁ 'କାଳ୍ପନିକ ନିର୍ବାଚନ ପ୍ରାର୍ଥୀ' ଭାବେ ଘୋଷଣା କରିଛନ୍ତି । ଏହି ନିୟମ ଅନୁଯାୟୀ, ଯଦି ଜଣେ ପ୍ରାର୍ଥୀ 'କାଳ୍ପନିକ ନିର୍ବାଚନ ପ୍ରାର୍ଥୀ ' ବା NOTA ସହ ସମାନ ସଂଖ୍ୟକ ଭୋଟ ପାଆନ୍ତି, ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରକୃତ ପ୍ରାର୍ଥୀ ବିଜୟୀ ହେବେ ।

ଯଦି NOTA ଅନ୍ୟମାନଙ୍କ ତୁଳନାରେ ଅଧିକ ଭୋଟ ପାଏ ତେବେ ପୁନଃ-ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଯଦି ନିର୍ବାଚନ ଅନୁଷ୍ଠିତ ହେବା ପରେ ମଧ୍ୟ କୌଣସି ପ୍ରାର୍ଥୀ NOTA ଠାରୁ ଅଧିକ ଭୋଟ ପାଇବାରେ ସକ୍ଷମ ହୁଅନ୍ତି ନାହିଁ ତେବେ ତୃତୀୟ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଏପରି ପରିସ୍ଥିତିରେ, NOTA ପରେ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷିତ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+