କେବଳ ଭାରତ ନୁହେଁ, ଏହି ଦେଶଗୁଡିକ ମଧ୍ୟ ୧୫ ଅଗଷ୍ଟରେ ହୋଇଥିଲା ସ୍ୱାଧୀନ
Independence Day: ଚଳିତ ବର୍ଷ ଭାରତରେ ୭୮ତମ ସ୍ୱାଧୀନତା ଦିବସ ପାଳନ ପାଳନ କରାଯିବ । ୧୫ ଅଗଷ୍ଟ ୧୯୪୭ ରେ ଆମ ଦେଶ ସ୍ୱାଧିନତା ପାଇଥିଲା । ସେବେଠାରୁ ଆମେ ପ୍ରତିବର୍ଷ ଏହି ଦିନ ପାଳନ କରୁ, ହେଲେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ କେବଳ ଭାରତ ଏକମାତ୍ର ଦେଶ ନୁହେଁ ଯିଏ ଏହି ଦିନ ସ୍ୱାଧୀନ ହୋଇଥିଲା ଆହୁରି ୪ଟି ଏପରି ଦେଶ ଅଛି ।
ଭାରତ ସହିତ ୧୫ ଅଗଷ୍ଟରେ ଆଉ ଚାରିଟି ଦେଶ ସ୍ୱାଧୀନତା ପାଇଥିଲା । ଯେଉଁଥିରେ ବହରିନ, ଉତ୍ତର ଏବଂ ଦକ୍ଷିଣ କୋରିଆ, Liechtenstein ଏବଂ ରିପବ୍ଲିକ୍ ଅଫ୍ କଙ୍ଗୋ ସାମିଲ ଅଛି । କଙ୍ଗୋ ଆଫ୍ରିକୀୟ ମହାଦେଶର ମଧ୍ୟଭାଗରେ ଅବସ୍ଥିତ ଏକ ଗଣତାନ୍ତ୍ରିକ ଦେଶ । ଭାରତର ସ୍ୱାଧୀନତାର ୧୩ ବର୍ଷ ପରେ, ୧୫ ଅଗଷ୍ଟ ୧୯୬୦ରେ ଏହି ଦେଶ ସ୍ୱାଧୀନ ହୋଇଥିଲା । ଏହାପୂର୍ବରୁ ୧୮୮୦ ରୁ ସ୍ୱାଧୀନତା ପର୍ଯ୍ୟନ୍ତ, ଏହି ସ୍ଥାନ ଫ୍ରାନ୍ସ ଦ୍ୱାରା ଅଧିକୃତ ହୋଇଥିଲା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଆଫ୍ରିକା ମହାଦେଶରେ କଙ୍ଗୋ ହେଉଛି ତୃତୀୟ ବୃହତ୍ତମ ଦେଶ ।

ବହରିନ ଉପରେ ବ୍ରିଟିଶ ଉପନିବେଶ ଶାସନ ମଧ୍ୟ ୧୫ ଅଗଷ୍ଟ ୧୯୭୧ ରେ ସମାପ୍ତ ହୋଇଥିଲା। ଭାରତ ସ୍ୱାଧୀନତା ହାସଲ କରିବାର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ବହରିନ ନିଜର ସ୍ୱାଧିନତା ଘୋଷଣା କରିଥିଲା। ଯଦିଓ ଏହି ଦେଶ ଏହି ଦିନ ଏହାର ସ୍ୱାଧୀନତା ଦିବସ ପାଳନ କରେ ନାହିଁ । ଅଗଷ୍ଟ ୧୫ ପରିବର୍ତ୍ତେ, ଡିସେମ୍ବର ୧୬ ତାରିଖକୁ ଦେଶରେ ଜାତୀୟ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ ।
ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ
ପ୍ରତିବର୍ଷ ୧୫ ଅଗଷ୍ଟ ଉଭୟ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆରେ ସ୍ୱାଧିନତା ଦିବସ ପାଳନ କରାଯାଏ । ବାସ୍ତବରେ, ଏହି ଦିନ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ ଉପରେ ୩୫ ବର୍ଷର ଜାପାନୀ ଦଖଲ ଏବଂ ଉପନିବେଶିକ ଶାସନ ଶେଷ ହୋଇଥିଲା। ସ୍ୱାଧୀନତାର ତିନି ବର୍ଷ ପରେ କୋରିଆ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆରେ ବିଭକ୍ତ ହୋଇଥିଲା । ବର୍ତ୍ତମାନ ସେମାନେ ଦୁଇଟି ଦେଶରେ ପରିଣତ ହୋଇଛନ୍ତି ଯାହାର ସ୍ୱାଧିନତାକୁ ପୃଥକ ଭାବରେ ପାଳନ କରାଯାଏ ।
ଲିଚଟେଷ୍ଟାଇନ୍
ଲିଚଟେଷ୍ଟାଇନରେ ମଧ୍ୟ ୧୫ ଅଗଷ୍ଟରେ ଜାତୀୟ ଦିବସ ଭାବରେ ପାଳନ କରାଯାଏ । ଏହା ହେଉଛି ବିଶ୍ୱର ଷଷ୍ଠ ଛୋଟ ଦେଶ । ୧୮୬୬ ମସିହାରେ ଜର୍ମାନ ଶାସନରୁ ଏହି ଦେଶ ସ୍ୱାଧୀନ ହୋଇଥିଲା । ଲିଚଟେଷ୍ଟାଇନ ସରକାର ଆନୁଷ୍ଠାନିକ ଭାବରେ ଅଗଷ୍ଟ ୧୫କୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିଥିଲେ ।












Click it and Unblock the Notifications