ଏନଆଇଆରଏଫ୍ ରାଙ୍କ୍-2023: କିଟ୍-୧୬ ରାଙ୍କ୍ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି ୯୩ ରାଙ୍କରେ
ଏନଆଇଆରଏଫ୍ ରାଙ୍କ୍-2023: ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱାର୍କର ୨୦୨୩ ତାଲିକା ପ୍ରକାଶ ପାଇଛି । ସାରା ଦେଶର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପ୍ରକାଶ ପାଇଛି ରାଙ୍କ । ମେଡିକାଲରେ ଓଡ଼ିଶାର ସୋଆ-୧୬ତମ ସ୍ଥାନରେ ରହିଥିବା ବେଳେ କିଟ୍ ୨୯ ତମ ଓ ଏନଆଇଟି ରାଉରକେଲା ୩୭ତମ ଓ ଆଇଆଇଟି ରାଉରକେଲା ୯୧ତମ ସ୍ଥାନରେ ରହିଛି ।
ସେହିପରି ବିଶ୍ୱବିଦ୍ୟାଳୟ ତାଲିକାର ଶୀର୍ଷରେ ଆଇଆଇଏସ ବାଙ୍ଗାଲୁରୁ, ଦ୍ୱିତୀୟ ସ୍ଥାନରେ ରହିଛି ଜେଏନୟୁ ରହିଥିବା ବେଳେ ବିଶ୍ୱବିଦ୍ୟାଳୟ ତାଲିକାର ୧୫ତମ ସ୍ଥାନରେ ରହିଛି ଓଡ଼ିଶାର ସୋଆ ରହିଥିବା ବେଳେ କିଟ୍ ୧୬ତମ ସ୍ଥାନରେ ରହିଛି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୯୩ ସ୍ଥାନରେ ରହିଛି ।

ସୂଚନାଥାଉ ଯେ, ଏହି ରାଙ୍କିଙ୍ଗ୍ ତାଲିକା nirfindia.org ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ଅଛି । ଚଳିତ ବର୍ଷ ଆଇଆଇଟି ମାଡ୍ରାସ ସାମଗ୍ରିକ ମାନ୍ୟତାରେ ଶୀର୍ଷରେ ରହିଛି । ମେଡିକାଲ ତାଲିକାରେ ଦିଲ୍ଲୀ ଏମସ୍ ପ୍ରଥମ, ଚଣ୍ତିଗଡ଼ର ପିଜିଆଇଏମଇଆର୍ ଦ୍ୱିତୀୟ ଏବଂ ଭେଲୋରର ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ ତୃତୀୟ ସ୍ଥାନରେ ରହିଛି ।












Click it and Unblock the Notifications