ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ପୁଣ୍ୟ ଜୟନ୍ତୀ
ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ପୁଣ୍ୟ ଜୟନ୍ତୀ । ଯେଉଁଥି ପାଇଁ ସଜେଇ ହୋଇଛି ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ । ଆଜିର ଦିନରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ମହାପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଯାହାଙ୍କ ବୀରତ୍ୱ ପାଇଁ ସେ ସାରା ଦେଶ ଗର୍ବିତ ହୋଇଛି ।
ନତାଜୀ ସୁଭାଷ ଚନ୍ଦ୍ର ବୋଷ ରାଜନୀତି ଓ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟଟେ ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ମଧ୍ୟ ଥିଲେ । ତାଙ୍କ କିଶୋର ଜୀବନ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲା। ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା ସମୟରେ ଯେତେବେଳେ ସେ ଜାପାନରେ ଥିଲେ, ସେତେବେଳେ ପ୍ରତିଦିନ ନିଜ କୋଠରୀରେ ଯୋଗ ଅଭ୍ୟାସ କରୁଥିଲେ। ସେ ନିଜ ପାଖରେ ଏକ ଭଗବତ୍ ଗୀତା ମଧ୍ୟ ରଖୁଥିଲେ ।

ଭାରତର ସ୍ୱାଧୀନତା ପାଇଁ ୧୯୪୧ରେ ଆଜାଦ 'ହିନ୍ଦ୍ ଫୌଜ' ପ୍ରତିଷ୍ଠା କରିଥିଲେ । ତାଙ୍କର ଲୋକପ୍ରିୟ ସ୍ଲୋଗାନ ହେଉଛି - 'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।' ନେତାଜୀଙ୍କ ଦଳ ଆଜାଜ୍ ହିନ୍ଦ ଫୌଜ୍ ପ୍ରଥମେ ଆଣ୍ତାମାନ ଓ ନିକୋବରକୁ ମୁକ୍ତ କରିଥିଲେ । ଜୁଲାଇ ୧୯୪୦ରେ, ଦେଶଦ୍ରୋହ ଅଭିଯୋଗରେ ବ୍ରିଟିଶ ସରକାର ଏବଂ ତତ୍କାଳୀନ ସରକାର ନେତାଜୀଙ୍କୁ ଗିରଫ କରିଥିଲେ । ଜେଲରେ ଅନସନ ଆରମ୍ଭ କରିଥିଲେ ବୋଷ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେଧିରେ ବିଗିଡିବାରେ ଲାଗିବାରୁ ଭୟବିତ ହୋଇ ପଡିଥିଲେ ବ୍ରିଟିଶ ସରକାର । ଯାହା ପରେ ତାଙ୍କୁ ଡିସେମ୍ବରରେ ଆମ୍ବୁଲାନ୍ସରେ ଘରକୁ ପଠାଇବାର ନିଷ୍ପତ୍ତି ନେଇଥିଲା ଇଂରେଜ ସରକାର । ବେଙ୍ଗାଲୁରୁ ଜେଲରୁ ମୁକୁଳିବା ପରେ ମଧ୍ୟ ବୋଷଙ୍କ ଘରେ ଗୁପ୍ତଚର ରଖାଯାଇଥିଲା ।
୩୮ ବର୍ଷିୟ ସୁଭାଷ ଚନ୍ଦ୍ର ବୋଷ ବ୍ରିଟିଶ ଶାସନ ସମୟରେ ଚିକିତ୍ସା ପାଇଁ ଅଷ୍ଟ୍ରିଆ ଯାଇଥିଲେ,ସେ ଜୁନ୍ ୧୯୩୪ରେ ଭିଏନାରେ ଏମିଲି ଶଙ୍କର ନାମକ ଜଣେ ଯୁବତୀଙ୍କୁ ଭେଟିଥିଲେ। ପରେ,ଏମିଲି ବୋଷଙ୍କ ଧର୍ମପତ୍ନୀ ସାଜିଥିଲେ । ଏମିଲିଙ୍କ ଜନ୍ମ ୨୬ ଡିସେମ୍ବର ୧୯୩୭ରେ ହୋଇଥିଲା । ଅଷ୍ଟ୍ରିଆର ବାଗାସ୍ତିନ୍ ବୋଷ ଏବଂ ଏମିଲିଙ୍କର ପ୍ରିୟ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ ।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଓ ଜାପାନ ପରାଜୟ ହେବା ପରେ ନେତାଜୀଙ୍କୁ ପଛରୁ ଫେରିବା ପାଇଁ ପଡିଥିଲା ୧୯୪୫ ମସିହା ଅଗଷ୍ଟ ୧୮ରେ ତାଇୱାନଠାରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନେତାଜୀଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ଓଡ଼ିଆ ବଜାର ସ୍ଥିତ ନେତେଜୀ ସଂଗ୍ରହାଳୟ ।












Click it and Unblock the Notifications