For Quick Alerts
Turn On Notification  
For Daily Alerts
Oneindia App Download

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ୧୮୯୬ ମସିହା ଜାନୁଆରୀ ୨୩ରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ଦେବୀ ଥିଲା ।

|
Netaji Subhash chandra bose

ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ୧୮୯୬ ମସିହା ଜାନୁଆରୀ ୨୩ରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ଦେବୀ ଥିଲା । ଜାନକୀନାଥ ଭବନରେ ନେତାଜୀଙ୍କ ପିଲାଦିନ କଟିଥିବା ବେଳେ ରେଭେନ୍ସା କଲଜିଏଟ୍ ସ୍କୁଲରେ ସେ ପାଠପଢିଥିଲେ । ଛାତ୍ର ଜୀବନରୁ ହିଁ ସେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ଭାରତର ସ୍ୱାଧୀନତା ପାଇଁ ସବୁକିଛି ବଳିଦାନ ଦେଇଥିବା ବୀର ପୁତ୍ରଙ୍କ ମଧ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ । ଭାରତ ସରକାର ତାଙ୍କ ଜନ୍ମ ବାର୍ଷିକୀକୁ ସାହସିକତା ଦିବସ ଭାବେ ପାଳନ କରନ୍ତି ।

ନେତାଜୀଙ୍କୁ ବ୍ରିଟିଶ ସରକାରଙ୍କ ସବୁଠାରୁ ବଡ ଶତ୍ରୁ ଭାବରେ ବିବେଚନା କରାଯାଉଥିଲା । ୧୯୨୦ ମସିହାରେ ସେ ଆଇସିଏସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ହେଲେ ବ୍ରିଟିସ୍ ସରକାରଙ୍କୁ ବିରୋଧ କରି ସେ ଚାକିରି ଛାଡିଦେଇଥିଲେ । ପରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ନିଜର ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ । ଯାହାର ନାଁ ଥିଲା ଫରୱାର୍ଡ ବ୍ଲକ୍ । ଦ୍ୱିତୀୟ ବିଶ୍ୱ ଯୁ଼ଦ୍ଧ ସମୟରେ ତାଙ୍କୁ ଗୃହବନ୍ଦୀ କରାଯାଇଥିଲା ।

ଭାରତର ସ୍ୱାଧୀନତା ପାଇଁ ୧୯୪୧ରେ ଆଜାଦ 'ହିନ୍ଦ୍ ଫୌଜ' ପ୍ରତିଷ୍ଠା କରିଥିବା ନେତାଜୀ ସୁଭାଷଙ୍କ ସବୁଠାରୁ ଲୋକପ୍ରିୟ ସ୍ଲୋଗାନ ହେଉଛି - 'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।' ନେତାଜୀଙ୍କ ଦଳ ଆଜାଜ୍ ହିନ୍ଦ ଫୌଜ୍ ପ୍ରଥମେ ଆଣ୍ତାମାନ ଓ ନିକୋବରକୁ ମୁକ୍ତ କରିଥିଲେ । ଜୁଲାଇ ୧୯୪୦ରେ, ଦେଶଦ୍ରୋହ ଅଭିଯୋଗରେ ବ୍ରିଟିଶ ସରକାର ଏବଂ ତତ୍କାଳୀନ ସରକାର ନେତାଜୀଙ୍କୁ ଗିରଫ କରିଥିଲେ । ଜେଲରେ ଅନସନ ଆରମ୍ଭ କରିଥିଲେ ବୋଷ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେଧିରେ ବିଗିଡିବାରେ ଲାଗିବାରୁ ଭୟବିତ ହୋଇ ପଡିଥିଲେ ବ୍ରିଟିଶ ସରକାର । ଯାହା ପରେ ତାଙ୍କୁ ଡିସେମ୍ବରରେ ଆମ୍ବୁଲାନ୍ସରେ ଘରକୁ ପଠାଇବାର ନିଷ୍ପତ୍ତି ନେଇଥିଲା ଇଂରେଜ ସରକାର । ବେଙ୍ଗାଲୁରୁ ଜେଲରୁ ମୁକୁଳିବା ପରେ ମଧ୍ୟ ବୋଷଙ୍କ ଘରେ ଗୁପ୍ତଚର ରଖାଯାଇଥିଲା ।

୩୮ ବର୍ଷିୟ ସୁଭାଷ ଚନ୍ଦ୍ର ବୋଷ ବ୍ରିଟିଶ ଶାସନ ସମୟରେ ଚିକିତ୍ସା ପାଇଁ ଅଷ୍ଟ୍ରିଆ ଯାଇଥିଲେ,ସେ ଜୁନ୍ ୧୯୩୪ରେ ଭିଏନାରେ ଏମିଲି ଶଙ୍କର ନାମକ ଜଣେ ଯୁବତୀଙ୍କୁ ଭେଟିଥିଲେ। ପରେ,ଏମିଲି ବୋଷଙ୍କ ଧର୍ମପତ୍ନୀ ସାଜିଥିଲେ । ଏମିଲିଙ୍କ ଜନ୍ମ ୨୬ ଡିସେମ୍ବର ୧୯୩୭ରେ ହୋଇଥିଲା । ଅଷ୍ଟ୍ରିଆର ବାଗାସ୍ତିନ୍ ବୋଷ ଏବଂ ଏମିଲିଙ୍କର ପ୍ରିୟ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଓ ଜାପାନ ପରାଜୟ ହେବା ପରେ ନେତାଜୀଙ୍କୁ ପଛରୁ ଫେରିବା ପାଇଁ ପଡିଥିଲା ୧୯୪୫ ମସିହା ଅଗଷ୍ଟ ୧୮ରେ ତାଇୱାନଠାରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନେତାଜୀଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ଓଡ଼ିଆ ବଜାର ସ୍ଥିତ ନେତେଜୀ ସଂଗ୍ରହାଳୟ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Netaji Subhash Chandra Bose's 126th birth anniversary today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X