Get Updates
Get notified of breaking news, exclusive insights, and must-see stories!

ଆଜି NEET ପ୍ରବେଶିକା ପରୀକ୍ଷା, ଆସନ୍ତାକାଲି ହେବ OJEE

ଭୁବନେଶ୍ୱର:ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET ୟୁଜି ପରୀକ୍ଷା । ମଣିପୁରକୁ ଛାଡି ସାରା ଦେଶରେ ହେବ ପରୀକ୍ଷା । ଅପରାହ୍ନ ୨ ଟାରୁ ୫ ଟା ୨୦ ଯାଏ ପରୀକ୍ଷା ଚାଲିବ । ଚଳିତ ବର୍ଷ ମୋଟ୍ ୧୮,୨୭,୩୪୧ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି ।

ଦେଶରେ ୪୯୯ ଓ ବିଦେଶରେ ୧୪ଟି ସହରରେ ହୋଇଛି କେନ୍ଦ୍ର । ସେହିପରି ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜନ ହୋଇଥିବା ବେଳେ ଭୁବନେଶ୍ୱରରେ ରହିଛି ୩୧ଟି ପରୀକ୍ଷା କେନ୍ଦ୍ର । ଛାତ୍ରଛାତ୍ରୀ ମାନେ ଅପରାହ୍ନ ୧ଟା ୧୫ ମିନିଟରେ ପରୀକ୍ଷା ହଲ ଭିତରକୁ ପ୍ରବେଶ କରିପାରିବେ । ୧.୪୫ ସୁଦ୍ଧା ପ୍ରଶ୍ନ ପତ୍ର ଏବଂ ବୁକଲେଟ୍ ଦିଆଯିବ । ଅପରାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟା ୨୦ରେ ଶେଷ ହେବ ।

neet

ପରୀକ୍ଷା କେନ୍ଦ୍ର ଭିତରକୁ ପେନସିଲ୍, କଲମ, ଇରେଜର, କାଲକୁଲେଟର ଇତ୍ୟାଦି ନେଇପାରିବେ । ହେଲେ ମୋବାଇଲ୍, ପେନ୍ ଡ୍ରାଇଭ୍, ପରି କୌଣସି ଇଲୋକ୍ଟ୍ରୋନିତ ଆଇଟମ୍ ନେଇପାରିବେ ନାହିଁ ।

ଆସନ୍ତାକାଲିଠୁ ଓଜେଇଇ ପରୀକ୍ଷା
ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବା ପାଇଁ ଯାଉଛି ଓଜେଇଇ ପରୀକ୍ଷା । ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ଚାଲିବ । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ, ଦିନ ୧୨ଟା ୩୦ରୁ ୨ଟା ୩୦ ଯାଏ ଦ୍ୱିତୀୟ ସିଫ୍ଟ ଏବଂ ୪ଟା ୩୦ରୁ ୬ଟା ୩୦ ଯାଏ ହେବ ତୃତୀୟ ସିଫ୍ଟ ପରୀକ୍ଷା । ପ୍ରଥମ ଦିନ ହେବ ଲାଟେରାଲ ଏଣ୍ଟ୍ରି ପରିକ୍ଷା । ଦ୍ୱିତୀୟ ଦିନ ଏମସିଏ ଏବଂ ଏମଟେକ୍ ଏନଟ୍ରାନ୍ସ ପରୀକ୍ଷା ହେବା ନେଇ ରହିଛି ସୂଚନା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+