For Quick Alerts
Turn On Notification  
For Daily Alerts
Oneindia App Download

ମୁର୍ମୁଙ୍କ ପାଇଁ ସମର୍ଥନ ମାଗିଲେ ମୁଖ୍ୟମନ୍ତ୍ରୀ ନବୀନ

ମୁଖ୍ୟମନ୍ତ୍ରୀ କହିଛନ୍ତି ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ । ଓଡିଶାର ସ୍ୱାଭିମାନ । ତାଙ୍କ ପାଇଁ ଆଜି ପ୍ରତ୍ୟେକ ଓଡିଆ ଗର୍ବିତ।naveen-patnaik-had-requested-MLA Makaranda Muduli -to-support-murmu

|

ଓଡିଆ ଝିଅ ତଥା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ । ଓଡିଶାର ସ୍ୱାଭିମାନ ।ତାଙ୍କ ପାଇଁ ଆଜି ପ୍ରତ୍ୟେକ ଓଡିଆ ଗର୍ବିତ। ଗତକାଲି ଅପରାହ୍ନରେ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।ଯେଉଁଠି ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇବା ସହ ବିଧାୟକ କହିଛନ୍ତି ଯେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ନିଶ୍ଚୟ ସମର୍ଥନ କରିବେ ।ଆଦିବାସୀ ସମାଜ ପାଇଁ ସେ ଗର୍ବ ଓ ଗୌରବ ବୋଲି କହିଲେ ବିଧାୟକ ମକରନ୍ଦ ମୁଦୁଲି ।

ODISHA

ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ନରସିଂହ ମିଶ୍ରଙ୍କ ସହ ଫୋନରେ କଥା ହୋଇ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । ତେବେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଭୋଟ ଦିଅନ୍ତି ସେ ନେଇ ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
naveen-patnaik-had-requested-MLA Makaranda Muduli -to-support-murmu
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X