ମୁର୍ମୁଙ୍କ ପାଇଁ ସମର୍ଥନ ମାଗିଲେ ମୁଖ୍ୟମନ୍ତ୍ରୀ ନବୀନ

ମୁଖ୍ୟମନ୍ତ୍ରୀ କହିଛନ୍ତି ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ । ଓଡିଶାର ସ୍ୱାଭିମାନ । ତାଙ୍କ ପାଇଁ ଆଜି ପ୍ରତ୍ୟେକ ଓଡିଆ ଗର୍ବିତ।naveen-patnaik-had-requested-MLA Makaranda Muduli -to-support-murmu

ଓଡିଆ ଝିଅ ତଥା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ । ଓଡିଶାର ସ୍ୱାଭିମାନ ।ତାଙ୍କ ପାଇଁ ଆଜି ପ୍ରତ୍ୟେକ ଓଡିଆ ଗର୍ବିତ। ଗତକାଲି ଅପରାହ୍ନରେ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।ଯେଉଁଠି ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇବା ସହ ବିଧାୟକ କହିଛନ୍ତି ଯେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ନିଶ୍ଚୟ ସମର୍ଥନ କରିବେ ।ଆଦିବାସୀ ସମାଜ ପାଇଁ ସେ ଗର୍ବ ଓ ଗୌରବ ବୋଲି କହିଲେ ବିଧାୟକ ମକରନ୍ଦ ମୁଦୁଲି ।

ODISHA

ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ନରସିଂହ ମିଶ୍ରଙ୍କ ସହ ଫୋନରେ କଥା ହୋଇ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । ତେବେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଭୋଟ ଦିଅନ୍ତି ସେ ନେଇ ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+