ଜାତୀୟ ପରିସଂଖ୍ୟାନ ଦିବସ ୨୦୨୪: କାହିଁକି ପାଳନ ହୁଏ... କଣ ରହିଛି ଥିମ୍...

National Statistics Day: ଆଜି ଜାତୀୟ ପରିସଂଖ୍ୟାନ ଦିବସ । ଆମ ଦେଶରେ ପ୍ରତିବର୍ଷ ଜୁନ୍ ୨୯ ରେ ଏହି ଦିବସ ପାଳନ କରାଯାଏ । ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଏ । ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ତାଙ୍କ ଅବଦାନକୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଇଥାଏ ।

National Statistics Day

କାହିଁକି ପାଳନ ହୁଏ ?

ଭାରତୀୟ ପରିସଂଖ୍ୟାନର ଜନକ ଭାବେ ଜମାଶୁଣା ପ୍ରଫେସର ମହଲାନୋବିସ । ସେ ୨୯ ଜୁନ୍‌ ୧୮୯୩ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ପ୍ରଥମ ଯୋଜନା ଆୟୋଗର ସଦସ୍ୟ ଥିଲେ ଏବଂ ୧୯୫୦ରେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ (ଆଇଏସ୍‌ଆଇ) ପ୍ରତିଷ୍ଠା କରିଥିଲେ। ୨୮ ଜୁନ୍‌ ୧୯୭୨ରେ ତାଙ୍କର ବିୟୋଗ ହୋଇଥିଲା। ତାଙ୍କ ଜୟନ୍ତୀକୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରାଯାଏ ।

ଚଳିତ ବର୍ଷର ଥିମ୍...

ସାମାଜିକ-ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ମହତ୍ତ୍ୱ ବିଷୟରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନର ମୂଳ ଲକ୍ଷ୍ୟ ରହିଛି। ୨୦୦୭ରେ ଦେଶର ପ୍ରଥମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥିଲା। ଏହି ବିଷୟରେ ଏକ ବିଜ୍ଞପ୍ତ ୫ ଜୁନ୍‌ ୨୦୦୭ରେ ଇଣ୍ଡିଆନ ଗେଜେଟ୍‌ରେ କରାଯାଇଥିଲା । ଏହି ସମୟରେ ଦେଶବ୍ୟାପୀ ପ୍ରଗତିରେ ପ୍ରାମାଣିକ ତଥ୍ୟର ଭୂମିକାକୁ ଧ୍ୟାନରେ ରଖି ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଏକ ଭିନ୍ନ ଥିମ୍‌ ଉପରେ ପାଳନ କରାଯାଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'Use of data for decision-making'.

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+