କୁକୁର ପାଇଁ ୨.୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ୍, ଭାଇରାଲ ହେଲା ଭିଡିଓ
Viral Video: ଲୋକମାନେ ପ୍ରାୟତଃ ନିଜ ଗୃହପାଳିତ ପଶୁମାନଙ୍କ ପାଇଁ କିଛି ଖାସ କରିଯାଆନ୍ତି । କଥା କହିପାରୁ ନଥିବା ଜୀବଜନ୍ତୁ ମନୁଷ୍ୟର ଜୀବନ ପାଲଟି ଯାଏ ।ମାଲିକମାନେ ସର୍ବଦା ନିଜ ଘରେ ରଖିଥିବା ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ସର୍ବୋତ୍ତମ ଖାଦ୍ୟ ଦେଇଥାନ୍ତି । ସେମାନଙ୍କୁ ଭଲ ଭାବରେ ଯତ୍ନ ନେଇଥାନ୍ତି ଉଚିତ । କିନ୍ତୁ ଜଣେ ମହିଳା ନିଜ ପୋଷା କୁକୁର ପାଇଁ 2.5 ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ଚେନ୍ କିଣିବା ପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ।
ଚେମ୍ବୁର ସ୍ଥିତ ଅନିଲ ଜୁଏଲର୍ସ ସରିତା ସଲଦାନହାଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜଣେ ମହିଳା ନିଜ ପୋଷା କୁକୁର ଟାଇଗର ପାଇଁ ଏକ ସୁନା ଚେନ୍ କିଣୁଥିବାର ଦେଖିବା ପାଇଁ ମିଳୁଛି । ଅନିଲ ଜୁଏଲର୍ସର ମାଲିକ ପୀୟୁଷ ଜେନା ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ, ସରିତା ସଲଦାନହା ମୁମ୍ବାଇର ଚେମ୍ବୁର ଅଞ୍ଚଳର ବାସିନ୍ଦା। ଗତ ମାସରେ ସେ ତାଙ୍କ ପୋଷା କୁକୁର ଟାଇଗରର ଜନ୍ମଦିନ ପାଳନ କରିଥିଲେ । ଯେଉଁଥିରେ ସେ ତା ପାଇଁ ଏକ ସୁନା ଚେନ୍ କିଣିଥିଲେ । ଯାହାର ମୂଲ୍ୟ 2.5 ଲକ୍ଷରୁ ଅଧିକ ଥିଲା ।

ଅନିଲ ଜୁଏଲର୍ସ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ସଲଦାନହା କୁକୁର ସହିତ ଅଳଙ୍କାର ଦୋକାନରେ ନଜର ଆସୁଛନ୍ତି । ସୁନିତା ନିଜ ତାଙ୍କ ପୋଷା କୁକୁରକୁ ସୁନା ଚେନ୍ ପିନ୍ଧାଉଥିବାର ଦେଖିବା ପାଇଁ ମିଳୁଛି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲେ ହେଉଛି । ଯେଉଁଥିରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ଅନେକ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ।
ଭିଡିଓଟି 46,000 ରୁ ଅଧିକ ଥର ଦେଖାଯାଇଛି ଏବଂ ଅନେକଗୁଡ଼ିଏ ପ୍ରତିକ୍ରିୟା ମିଳୁଛି । ଅନେକ ଲୋକ ଏହି ଭିଡିଓକୁ ଖୁବ୍ ସୁନ୍ଦର ବୋଲି କହିଛନ୍ତି ଜଣେ ଉପଭୋକ୍ତା ପୋଷ୍ଟ କରିଛନ୍ତି, "ସୁପର ଲାଇକ୍" । ଅନେକ ଲୋକ ଟାଇଗରଙ୍କୁ ତା ଜନ୍ମଦିନ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଥିବା ଦେଖିବା ପାଇଁ ମିଳୁଛି ।












Click it and Unblock the Notifications