Get Updates
Get notified of breaking news, exclusive insights, and must-see stories!

ମୁକେଶ ଅମ୍ବାନୀ ହେଲେ ଅଜା, ଯାଆଁଳା ସନ୍ତାନଙ୍କ ମା' ହେଲେ ଇଶା

ମୁକେଶ ଅମ୍ବାନୀ ହେଲେ ଅଜା, ଯାଆଁଳା ସନ୍ତାନଙ୍କ ମା' ହେଲେ ଇଶା

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ସନ୍ତାନଙ୍କ ମା' ହେଲେ । ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ ଇଶା ଅମ୍ବାନୀ ୧୯ ନଭେମ୍ବର ୨୦୨୨ ରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଯେଉଁଥିରେ ଏକ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ଇଶା ଏବଂ ତାଙ୍କର ଦୁଇ ସନ୍ତାନ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତେବେ ରିପୋର୍ଟ ଅନୁସାରେ ଦୁଇ ଶିଶୁଙ୍କର ନାମକରଣ ଶେଷ ହୋଇସାରିଛି । ପୁଅର ନାମ କୃଷ୍ଣା ଏବଂ ଝିଅର ନାମ ଆଦିଆ ରଖାଯାଇଛି ।

 Isha Ambani Anand Welcome Twins

ତେବେ ଆଜି ମୁକେଶ ଅମ୍ବାନୀ, ନୀତା ଅମ୍ବାନୀଙ୍କ ସହ ଇଶା ଅମ୍ବାନୀଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ପିତା ଅଜୟ ଏବଂ ମାତା ସ୍ୱାତୀ ପିରାମଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେମାନେ ଅତ୍ୟନ୍ତ ଆନନ୍ଦ ସହ ଏହି ସୂଚନା ଦେଇଥିଲେ । ଏହା ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତ ବୋଲି କହିଛନ୍ତି ।

୨୦୧୮ ମସିହାରେ, ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ଦେଶର ସବୁଠାରୁ ମହଙ୍ଗା ବିବାହ ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁଥିରେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତି ଏବଂ ବଲିଉଡର ଅନେକ ବଡ ବଡ କଳାକର ସାମିଲ ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+