Mrs World 2022: ୨୧ ବର୍ଷ ପରେ ଭାରତକୁ ମିଳିଲା 'ମିସେସ୍ ୱାର୍ଲ୍ଡ' ମୁକୁଟ

Mrs World 2022: ୨୧ ବର୍ଷ ପରେ ଭାରତକୁ ମିଳିଲା 'ମିସେସ୍ ୱାର୍ଲ୍ଡ' ମୁକୁଟ

Mrs World 2022: ୨୧ ବର୍ଷ ପରେ ଭାରତକୁ ମିଳିଲା 'ମିସେସ୍ ୱାର୍ଲ୍ଡ' ମୁକୁଟ । ଭାରତୀୟ ସନ୍ଦରୀ ସରଗମ କୌଶଲ ବିଜୟୀ ହୋଇଛନ୍ତି । ଆମେରିକାର ଲାସ୍ ଭେଗାସ୍ ଠାରେ ଆୟୋଜିତ 'Mrs World 2022' ପେଜେଣ୍ଟରେ ୬୩ଟି ଦେଶର ପ୍ରତିଯୋଗି ଭାଗ ନେଇଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ 'ମିସେସ୍ ୱାର୍ଲ୍ଡ' ଆଖ୍ୟା ଅର୍ଜନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ୩୧ ବର୍ଷିୟ ସରଗମ କୌଶଲ ।

 Mrs World 2022

ସୂଚନାଥାଉ ଯେ, ସରଗମ କୌଶଲ ଜମ୍ମୁର ବାସିନ୍ଦା । ବୃତ୍ତିରେ ସେ ଜଣେ ଅଧ୍ୟାପିକା ହୋଇଥିବା ବେଳେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ କମାଣ୍ତର ଆଦିତ୍ୟ ମନହୋର ଶର୍ମାଙ୍କୁ ସେ ବିବାହ କରିଛନ୍ତି । 'ମିସେସ୍ ୱାର୍ଲ୍ଡ'ର ଟାଇଟେଲ୍ ଘୋଷଣା ବେଳେ ଆଶ୍ଚର୍ଯ୍ୟ ଏବଂ ଭାବବିହ୍ୱଳ ହୋଇ ପଡିଥିଲେ ସରଗମ । ସେ ନିଜ ସୋସିଆଲ ମିଡିଆରେ ଏହି ଖାସ ମୂହୁର୍ତ୍ତର ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭାବପ୍ରବଣ ମୁହୂର୍ତ୍ତର ଏକ ଝଲକ ସେୟାର କରିବା ସହ ସରଗମ କ୍ୟାପସନରେ ଲେଖିଛନ୍ତି, ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି, ୨୧ ବର୍ଷ ପରେ ଆମ ଦେଶକୁ 'ମୁକୁଟ' ଫେରି ଆସିଛି!

'Mrs World 2022' ସରଗମ କୌଶଲ କିଏ?

ସରଗମ କୌଶଲ ଜାମ୍ମୁ କାଶ୍ମୀରର ବାସିନ୍ଦା। ସେ ଇଂରାଜୀ ଲିଟ୍ରେଚରରେ ପୋଷ୍ଟଗ୍ରାଜୁଏସନ୍ କରିଛନ୍ତି । ସେ ବିଶାଖାପାଟନମର ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ପରେ, ଶିକ୍ଷକ ବୃତ୍ତି ଛାଡି ଅଭିନୟ ଏବଂ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ । ଭାରତୀୟ ନୌସାନାର ଲେଫ୍ଟନାଣ୍ଟ କମାଣ୍ତର ଆଦିତ୍ୟ ମନହୋର ଶର୍ମାଙ୍କୁ ସେ ବିବାହ କରିଛନ୍ତି ।

୨୧ ବର୍ଷ ପୂର୍ବେ 'Mrs World'କିଏ ଥିଲେ ?

ଦୀର୍ଘ ସମୟ ଅପେକ୍ଷା ପରେ ଭାରତକୁ 'Mrs World' ଆଖ୍ୟା ମିଳିଛି । ୨୧ ବର୍ଷ ପୂର୍ବେ ୨୦୦୧ ରେ, Dr Aditi Govitrikarଙ୍କୁ ଏହି ଆଖ୍ୟା ମିଳିଥିଲା । ଚଳିତ ବର୍ଷ ସେ 'ମିସେସ୍ ୱାର୍ଲ୍ଡ ୨୦୨୨'ର ବିଚାରପତି ଭାବରେ ନଜର ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+