ମହାକୁମ୍ଭରେ ବୁଡ ପକାଇ ଫେରିବା ବେଳେ ଅଘଟଣ, ଚାଲିଗଲା ୭ ଜୀବନ
MP Jabalpur Accident: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ସିହୋରା ଅଞ୍ଚଳରେ ଆଜି ସକାଳେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ଯେଉଁଥିରେ ୭ ଜଣଙ୍କ ମୃତ୍ୟ ହୋଇଛି । ସୂଚନା ଅନୁସାରେ, ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଟ୍ରାଭେଲର୍ ମଧ୍ୟରେ ଧକ୍କା ହୋଇଛି ଫଳରେ ଟ୍ରାଭେଲର୍ରେ ଯାତ୍ରା କରୁଥିବା ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ପ୍ରୟାଗରାଜ ମହାକୁମ୍ଭରୁ ଯାତ୍ରୀମାନେ ଆନ୍ଧ୍ର ପ୍ରଦେଶର ନିଜ ଘରକୁ ଫେରୁଥିବା ବେଳେ ସିହୋରା ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ଟ୍ରକର ବେଗ ଅଧିକ ଥିଲା ଏବଂ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଟ୍ରାଭେଲରକୁ ଧକ୍କା ଦେଇଥିଲା ଫଳରେ ଟ୍ରାଭେଲରରେ ଯାତ୍ରା କରୁଥିବା ୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ମଧ୍ୟ ହୋଇଥିଲେ ।
ପ୍ରାଥମିକ ସୂଚନା ଅନୁଯାୟୀ, ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର ବାସିନ୍ଦା । ଯେଉଁ ମାନେ ପ୍ରୟାଗରାଜ କୁମ୍ଭରୁ ଫେରୁଥିଲେ, ଏବଂ ଘରକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମୃତକଙ୍କ ନାଁ ନେଇ ବର୍ତ୍ତମାନ କୌଣସି ସୂଚନା ପ୍ରକାଶ ପାଇ ନାହିଁ ହେଲେ ସମସ୍ତ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications