ପୁରୁଣା ଭିଡିଓ ପ୍ରଥମ ପସନ୍ଦ : 2020ରେ ୟୁଟୁବରେ ଏହି ସବୁ ଭିଡିଓକୁ ଦେଖା ହୋଇଛି ସବୁଠୁ ଅଧିକା

ରିପୋର୍ଟ ଅନୁସାରେ ଗୋଟିଏ ମିନିଟରେ 500 ଘଣ୍ଟାରୁ ଅଧିକ ଭିଡିଓ କଣ୍ଟେନ୍ ୟୁଟୁବ୍ ପ୍ଲାଟଫର୍ମରେ ଅପଲୋଡ ହୋଇଥାଏ । ବର୍ଷ 2020ରେ ୟୁଟୁବରେ ସବୁଠୁ ଅଧିକା ଦେଖା ହୋଇଥିବା ଭିଡିଓର ତାଲିକା ।

ଚଳିତ ବର୍ଷ କରୋନାକୁ ନେଇ ଅନେକ କିଛି ପରିବର୍ତ୍ତନ ହୋଇଛି । ଲୋକେ ବର୍ଷର ଅଧିକ ସମୟ ଘରେ ରହିଛନ୍ତି । ଆରମ୍ଭରୁ ସଟଡାଉନ୍ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଲକଡାଉନ୍ ମଧ୍ୟ କରାଯାଇଥିଲା । ସବୁ ସମୟ ଘରେ ଲୋକ ରହୁଥିବାରୁ ୟୁଟୁବ୍ ରେ ସମୟ ଅତିବାହିତ କରିଥିଲେ । ପରିସଂଖ୍ୟାନ କହୁଛି ଚଳିତ ବର୍ଷ ୟୁଟୁବ୍ ଦେଖାରେ ଅଧିକ ସମୟ ଲୋକଙ୍କ କଟିଛି । ୟୁଟୁବ୍ ବିଶ୍ୱର ଦ୍ୱିତୀୟ ଓ୍ୱେବସାଇଟ୍ ଅଟେ ଯାହାକୁ ଲୋକ ଅଧିକ ଭିଜିଟ୍ କରିଥାନ୍ତି । ରିପୋର୍ଟ ଅନୁସାରେ ଗୋଟିଏ ମିନିଟରେ 500 ଘଣ୍ଟାରୁ ଅଧିକ ଭିଡିଓ କଣ୍ଟେନ୍ ଏହି ପ୍ଲାଟଫର୍ମରେ ଅପଲୋଡ ହୋଇଥାଏ । ୟୁଟୁବର ଆନୁମାନିକ ବାର୍ଷିକ ରେଭିନ୍ୟୁ ୟୁଏସ ଡଲାରେ 15 ବିଲିୟନ ଅଟେ । ତେବେ ଆସନ୍ତୁ ଜାଣିବା ବର୍ଷ 2020ରେ ୟୁଟୁବରେ ସବୁଠୁ ଅଧିକା ଦେଖା ହୋଇଥିବା ଭିଡିଓର ତାଲିକା ।

ୟୁଟୁବ୍

Baby Shark Dance - Pinkfong

ବେବି ସାର୍କ ଡାନ୍ସ ଭିଡିଓକୁ କୋରିଆନ୍ ର ଏଜୁକେସନ ବ୍ରାଣ୍ଡ Pinkfong ରିଲିଜ୍ କରିଛି । ୟୁଟୁବରେ ଏହି ଭିଡିଓକୁ 7.05 ବିଲିୟନ ଲୋକ ଦେଖିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଭିଡିଓ 2016 ଜୁନ୍ 17ରେ ରିଲିଜ୍ ହୋଇଥିବା ବେଳେ 2020ରେ ଲୋକେ ଅଧିକ ଦେଖିଛନ୍ତି ।

Despacito - Luis Fonsi ft. Daddy Yankee

ଲୁଇସ୍ ଫନସିର ଗୀତ Despacito ରେ Daddy Yankee ଉପରେ ଚିତ୍ରଣ କରାଯାଇଥିଲା । ଏହି ଗୀତ ଗତବର୍ଷ ଶୀର୍ଷରେ ରହିଥିଲା । ଏହି ସ୍ପାନିସ୍ ଗୀତ ଏବେ ୟୁଟୁବରେ ଦ୍ୱିତୀୟ ସବୁଠୁ ଅଧିକ ଦେଖା ହୋଇଥିବା ଗୀତ । ଯାହାକୁ 7.04 ବିଲିୟନ ଥର ଦେଖା ହୋଇଛି ।

Shape of You - Ed Sheeran

Shape of You ଗୀତକୁ ଇଂଲିସ ଗାୟକ ସନରାଇଟର ସିରନ 2017ରେ ରିଲିଜ୍ କରିଥିଲେ । ଏହି ଭିଡିଓକୁ ୟୁଟୁବରେ 5.05 ବିଲିୟନ ଥର ଦେଖା ହୋଇଛି । ଏହା ୟୁଟୁବର ସବୁଠୁ ଅଧିକ ଦେଖା ହୋଇଥିବା ଭିଡିଓ ମଧ୍ୟରେ ତୃତୀୟ ସ୍ଥାନରେ ଅଛି ।

See You Again - Wiz Khalifa ft. Charlie Puth

ୟୁଟବରେ ଚତୁର୍ଥ ସ୍ଥାନରେ ଅଛି ଏହି ଗୀତ । ଆମେରିକୀୟ ରାପର ଉଇଜ୍ ଖଲିଫା ଓ ଲେଖକ ଚାର୍ଲି ପୁଥ୍ ଏହି ଗୀତକୁ 2015ରେ ରିଲିଜ୍ କରିଥିଲେ । ଏହି ଗୀତରେ ସ୍ୱର୍ଗୀୟ Paul Walker ଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହାକୁ ୟୁଟୁବରେ 4.79 ବିଲିୟନ ଥର ଦେଖା ହୋଇଛି ।

Masha and The Bear - Recipe for disaster

ଏହି ଗୀତଟି ବିନା ମ୍ୟୁଜିକର ଭିଡିଓ ଅଟେ । ଯାହାକୁ ମସ୍କୋର Animaccord Animation Studio 2009ରେ ୟୁଟୁବରେ ରିଲିଜ୍ କରିଥିଲା । ଏହି ରସିୟନ ସିରିଜ୍ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ୟୁଟୁବରେ 4.36 ବିଲିୟନ ଥର ଦେଖା ହୋଇଛି ।

Johny Johny Yes Papa- LooLoo Kids

ପିଲାଙ୍କ ଉପରେ ଆଧାରିତ ଏହି ରାଇମିଂ ଗୀତଟି ୟୁଟୁବରେ ଅଧିକ ଦେଖା ହୋଇଥିବା ଭିଡିଓ ମଧ୍ୟରେ ଷଷ୍ଠ ସ୍ଥାନରେ ଅଛି । ଏହି ରାଇମିଂକୁ 4.14 ବିଲିୟନ ଥର ଦେଖା ହୋଇଛି ।

Uptown Funk - Mark Ronson Ft. Bruno Mars

ଏହାକୁ 2014ରେ Mark Ronson ରିଲିଜ୍ କରିଥିଲେ । ଏହି ଗୀତକୁ ୟୁଟୁବରେ 3.99 ବିଲିୟନ ଥର ଦେଖା ହୋଇଛି । ଏହି ଗୀତଟି ସବୁଠୁ ଅଧିକ ଥର ଦେଖା ହୋଇଥିବା ତାଲିକାରେ ସପ୍ତମରେ ଅଛି ।

Gangnam Style - Psy

ଏହା ଏକ କୋରିୟନ ଗୀତ ଯାହାକୁ ସାଏ ଗାଇଥିଲେ । 2012ରେ ରିଲିଜ୍ ହୋଇଥିବା ଏହି ଗୀତକୁ 30ରୁ ଅଧିକ ଦେଶରେ ଶ୍ରେଷ୍ଠ ଗୀତର ସମ୍ମାନ ମିଳିଛି । ଏହି ଗୀତ ଅନେକ ପୁରୁଣା ହୋଇପାରେ ତଥାପି ଚଳିତ ବର୍ଷ ଏହାକୁ ଅଧିକ ଥର ଦେଖା ହୋଇଛି । ଏହାକୁ ୟୁଟବରେ 3.84 ବିଲିୟନ ଥର ଦେଖା ହେବା ସହ ଏହା ତାଲିକାରେ ଅଷ୍ଟମରେ ରହିଛି ।

Learn colors - Colorful eggs on the farm

ପିଲାଙ୍କ ଉପରେ ଆଧାରିତ ଏହି ପ୍ରୋଗ୍ରାମ 2020ରେ ଅଧିକ ଖ୍ୟାତି ଅର୍ଜନ କରିଛି । ଏହି ଭିଡିଓକୁ 3.65 ବିଲିୟନ ଥର ଦେଖା ହୋଇଛି ।

Sorry - Justin Bieber

ତାଲିକାର ଦଶମ ସ୍ଥାନରେ ଅଛି ଜଷ୍ଟିନ ବାଇବରଙ୍କ ଗୀତ Sorry । ଏହାକୁ ୟୁଟୁବରେ 3.66 ବିଲିୟନ ଥର ଦେଖା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+