ସାବଧାନ ! ଆପଣଙ୍ଗ ସେଲଫୋନରେ ଅଛି ନୂଆ ଡ୍ରଗ୍ସ
Phone Addiction :Mobile Phones Are New Drugs For New Generationsସାବଧାନ !ଆପଣଙ୍ଗ ସେଲଫୋନରେ ଅଛି ନୂଆ ଡ୍ରଗ୍ସ
ରାଜସ୍ଥାନ: ବଲିଉଡକୁ ବଦନାମ କରୁଥିବା ଏମଡି ଡ୍ରଗ୍ସ ବିଷୟରେ ଆପଣ ଅନେକ ଥର ଶୁଣି ଥିବେ । ଏହା ଏପରି ଏକ ନିଶା ଯାହାର ପ୍ରଭାବ ଶରୀରରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଆଜିକାଲି ଲୋକମାନେ ହଲିଉଡ-ବଲିଉଡ ଦ୍ୱାରା ପରିବେଷିତ ନୂତନ ଡ୍ରଗ୍ସର ଶିକାର ହେଉଛନ୍ତି ।

ଏହା ହେଉଛି OTT ବା ଯାହାକୁ ଆମେ Over the Top ବୋଲି ମଧ୍ୟ କହିପାରିବା । OTT ପ୍ଲାଟଫର୍ମରେ ୱେବସିରିଜ୍ ଦେଖିବାର ନିଶା । ଏହି ଅଭ୍ୟାସକୁ ବିଙ୍ଗ ୱାଚିଙ୍ଗ ବୋଲି ମଧ୍ୟ କୁହାଯାଏ । ତେବେ ଜଣେ ବ୍ୟକ୍ତି ଯଦି ଥରେ ୱେବ୍ ସିରିଜ୍ ଦେଖିବା ଆରମ୍ଭ କରେ ତ କ୍ଲାଇମ୍ୟାକ୍ସ ବା ସିରିଜ୍ ନ ସରିବା ପର୍ଯ୍ୟନ୍ତ ସେ ଲଗାତାର ଭାବେ ଏହାକୁ ଦେଖିବା ପସନ୍ଦ କରିଥାଏ ।
ଏପରି ଏକ ଘଟଣା ଦେଖିବା ପାଇଁ ମିଳିଥିଲା ରାଜସ୍ଥାନର ଜୟପୁରରେ , ଗୋଟେ ପଟେ ୩ ମାସର ଝିଅ ୮ ଘଣ୍ଟା ଧରି ଜ୍ୱରରେ ପୀଡିତ ଥିଲା, ହେଲେ ମା' OTTରେ ୱେବସିରିଜ୍ ଦେଖିବାରେ ଏତେ ବ୍ୟସ୍ତ ଥିଲା ଯେ ନିଜ ଛୁଆ ଉପରୁ ହିଁ ତାର ସମ୍ପୁର୍ଣ୍ଣ ଧ୍ୟାନ ହଟିଯାଇଥିଲା । ୱେବସିରିଜ୍ ଦେଖି ଯେପରି ସେ ନିଜ ମା'ର କର୍ତ୍ତବ୍ୟ ଭୁଲି ବସିଥିଲା । ଯଦି ପିତା ଠିକ୍ ସମୟରେ ପହଞ୍ଚି ନଥାନ୍ତେ, ତେବେ ଉଚ୍ଚ ଜ୍ୱରରେ ନିରୀହ ଶିଶୁର ମୃତ୍ୟୁ ହୋଇଯାଇଥାନ୍ତା ।
ମନସ୍ତତ୍ତ୍ୱବିତ୍ ଏବଂ ମନୋବିଜ୍ଞାନୀମାନଙ୍କ ମତରେ ଏକ ସମୟରେ ୮ ଘଣ୍ଟା ୱେବସିରିଜ୍ ଦେଖିବା ଏକ ନିଶା କରିବା ସହ ସମାନ । ପ୍ରତିଦିନ ୪ ରୁ ୫ଟି ଏପରି ମାମଲା ସେମାନଙ୍କ ପାଖକୁ ଆସୁଛି, ଯେଉଁଥିରେ ବ୍ୟବହାରକାରୀଙ୍କ ବ୍ୟକ୍ତିତ୍ୱ ମଧ୍ୟ ବଦଳି ଯାଉଛି ।












Click it and Unblock the Notifications