ରାଜନୈତୀକ ଦଳକୁ ଝଟକା, ବନ୍ଦ ହୋଇଯିବ 'ଫେସବୁକ୍ ନ୍ୟୁଜ୍' ଫିଚର୍
Facebook News: କେବଳ ଭାରତରେ ନୁହେଁ ଅନ୍ୟ ଦେଶର ମଧ୍ୟ ଆଗାମୀ ଦିନରେ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଯାଉଛି । ଯେଉଁଥି ପାଇଁ 'ଫେସବୁକ୍ ନ୍ୟୁଜ୍' ଫିଚର୍ସ ବନ୍ଦ ହେବା ପାଇଁ ଯାଉଛି । ଏନେଇ କୌଣସି ଘୋଷଣା କରାଯାଇ ନାହିଁ ହେଲେ ଏପିରି ଯୋଜନା ରହିଛି ବୋଲି ଚର୍ଚ୍ଚା ହେଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ନିର୍ବଚନା ସମୟରେ ଏହି ପ୍ଲାଟଫର୍ମର ଯରିଆରେ ଯେପରି କୌଣସି ରାଜନୈତିକ ଦଳ ନିଜ ପ୍ରଚାର ନ କରିପାରୁ । ତେବେ ମେଟାର ଏପରି ନିଷ୍ପତ୍ତି ପ୍ରତ୍ୟେକ ଦଳ ଉପରେ ଏକ ପ୍ରଭାବ ପକାଇବ ।

'ଫେସବୁକ୍ ନ୍ୟୁଜ୍'ଫିଚର୍ ବନ୍ଦ ହୋଇଯିବା ଫଳରେ ରାଜନୈତୀକ ଦଳ ମାନେ ଏହି ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର କରିପାରିବେ ନାହିଁ । ଯାହାର ପ୍ରଭାବ ପ୍ରତ୍ୟେକ ଦଳ ଉପରେ ନିଶ୍ଚୟ ପଡିବ । କାରଣ ଆଜିକା ତାରିଖରେ ଅନେକ ଲୋକ ଏହି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ଯାହା ପ୍ରଚାର ପାଇଁ ଏକ ସରଳ ମାଧ୍ୟମ ଥିଲା ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଭାରତରେ ନିର୍ବାଚନ ଏପ୍ରିଲରେ ଆରମ୍ଭ ହେବା ପାଇଁ ଯାଉଛି । ସେହିପରି ନଭେମ୍ବର ୨୦୨୪ରେ ଆମେରିକାରେ ନିର୍ବାଚନା ହେବା ପାଇଁ ଯାଉଛି । ମେଟାର ଏହି ନିଷ୍ପତ୍ତି ଉଭୟ ଦେଶର ରାଜନୈତୀକ ଦଳ ଉପରେ ନିଶ୍ଚୟ ପଡିବ ।












Click it and Unblock the Notifications