ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟା ସର୍ଭର ଡାଉନ: ଚିନ୍ତାରେ ଲକ୍ଷ ଲକ୍ଷ ୟୁଜର, କ୍ଷମା ମାଗିଲା ମେଟା
Meta Down: WhatsApp, Facebook ଏବଂ Instagram ସର୍ଭର ଡାଉନ । ବୁଧବାର ରାତି ପ୍ରାୟ ୧୧.୩୦ରୁ ଲୋକଙ୍କୁ ଏହି ଆପରେ ମ୍ୟାସେଜ୍ କରିବାରେ ଅସୁବିଧା ହୋଇଥିଲା । ଏହି ସମସ୍ୟା ହଠାତ୍ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । WhatsApp ଏପର୍ଯ୍ୟନ୍ତ ସଠିକ୍ ଭାବରେ କାମ କରୁନାହିଁ ଏବଂ ଲୋକମାନେ ବାର୍ତ୍ତା ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସର୍ଭର ଡାଉନ୍ ପାଇଁ କ୍ଷମା ମାଗିଲା ମେଟା ।

ତେବେ ଗତକାଲି ରାତି ୧୧.୩୦ଠାରୁ ଉପଭୋକ୍ତାମାନେ ଏହି ଆପଗୁଡିକରେ ମେସେଜ ପଠାଇବା ଏବଂ ରିସିଭ୍ କରିବାରେ ସମସ୍ୟାର ସମ୍ମୁଖୀୱ ହୋଇଥିଲେ । ତେବେ ଭାରତ ସମେତ ସାରା ବିଶ୍ୱରେ ଏହି ସମସ୍ୟାର ଦେଖିବାକୁ ମିଳିଥିଲା । ଏହି ସମସ୍ୟା ଉଭୟ ଡେସ୍କଟପ୍ ଏବଂ ମୋବାଇଲରେ ଦେଖିବା ପାଇଁ ମିଳିଛି । ରାତି ୧୧:୪୫ ପରେ, ଧୀରେ ଧୀରେ ସମସ୍ତ ତିନୋଟି ପ୍ଲାଟଫର୍ମ କାମ ଆରମ୍ଭ କରିଥିଲା । ହେଲେ ହ୍ୱାଟ୍ସଆପରେ ମ୍ୟାସେଜ୍ କରିବାରେ ସମସ୍ୟା ଦେଖିବା ପାଇଁ ମିଳିଥିଲା ।
We’re aware that a technical issue is impacting some users’ ability to access our apps. We’re working to get things back to normal as quickly as possible and apologize for any inconvenience.
— Meta (@Meta) December 11, 2024












Click it and Unblock the Notifications