McDonald's: ମ୍ୟାକଡୋନାଲ୍ଡ ବର୍ଗର ଖାଇ ପୁଣି ୭୫ ଅସୁସ୍ଥ

McDonald's News: ମ୍ୟାକଡୋନାଲ୍ଡ ବର୍ଗର ଇ.କୋଲି ସଂକ୍ରମଣ ମିଳିବା ପରେ ଆମେରିକାରେ ଉତ୍ତେଜନା ସୃଷ୍ଟି ହୋଇଛି । ଖବର ଅନୁସାରେ ମ୍ୟାକଡୋନାଲ୍ଡ ବର୍ଗର ଖାଇ ଆମେରିକାର 13 ଟି ରାଜ୍ୟରେ 75 ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ରିପୋର୍ଟ ଅନୁଯାୟୀ 22 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ଯାହା ମଧ୍ୟରୁ ଦୁଇ ଜଣଙ୍କର କିଡନୀ ସମସ୍ୟା ଦେଖାଦେଇଛି । ସେହିପରି ବର୍ଗର ଖାଇ କଲରାଡୋରେ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ମ୍ୟାକଡୋନାଲ୍ଡର ଯେଉଁ ଷ୍ଟୋର୍‌ରେ ସଂକ୍ରମଣ ବ୍ୟାପିଥିଲା ଉକ୍ତ ସ୍ଥାନରେ ଯାଞ୍ଚ କରିଥିଲା ହେଲେ ଉକ୍ତ ସ୍ଥାନରୁ କୌଣସି ସନ୍ଦେହଜନକ ସାମଗ୍ରୀ ମିଳି ନାହିଁ ।

McDonald s News

FDA ର ପ୍ରାରମ୍ଭିକ ବିଶ୍ଳେଷଣରୁ ଜଣାପଡିଛି ଯେ ରନ୍ଧନ ନକରି ବର୍ଗରରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ପିଆଜ ବ୍ୟବହାର କରାଯାଇଥିଲା, ଯେଉଁଥି ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡି ଥିବା ନେଇ ସନ୍ଦେହ କରାଯାଉଛି । ମ୍ୟାକଡୋନାଲ୍ଡ ନିଶ୍ଚିତ କରିଛନ୍ତି ଯେ କାଲିଫର୍ନିଆର କମ୍ପାନୀ ଟେଲର ଫାର୍ମସରୁ ଏହି ପିଆଜ ଅଣାଯାଇଥିଲା । ଯେଉଁ କାରଣରୁ ଅନେକ ଦୋକାନରେ ଅଭିଯୋଗ ଆସିଛି। ମ୍ୟାକଡୋନାଲ୍ଡ ତରଫରୁ କୁହାଯାଇଛି ଯେ ଟେଲର ଫାର୍ମରୁ ପିଆଜ ଯୋଗାଣକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ କମ୍ପାନୀ ପ୍ରଭାବିତ ଦୋକାନଗୁଡିକରେ ବିକ୍ରୟ ବନ୍ଦ କରି ଦେଇଛି। ବର୍ତ୍ତମାନ ଯାଞ୍ଚ ଆରମ୍ଭ ହୋଇଯାଇଛି । କିଛି ରିପୋର୍ଟରେ ଦାବି କରାଯାଉଛି ଯେ, କଟା ପିଆଜ କିମ୍ବା ଗୋମାଂସ ପ୍ୟାଟି ଦ୍ୱାରା ଏହି ସଂକ୍ରମଣ ବ୍ୟାପିବାର କାରଣ ହୋଇପାରେ ।

ଆମେରିକାର ମ୍ୟାକଡୋନାଲ୍ଡର ବର୍ଗର ସଂକ୍ରମଣ ମିଳିବା ପରେ ଭାରତର ଲୋକଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି । ହେଲେ ଏପର୍ଯ୍ୟନ୍ତ ଭାରରେ ଏପରି ମାମଲା ଚିହ୍ନଟ ହୋଇ ନାହିଁ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, ଲୋକମାନେ ଏଥିରୁ ଦୂରେଇ ରହିବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+