ଫେବ୍ରୁୟାରୀ ୧ ତାରିଖରୁ ବଢିବ Maruti Suzuki ଗାଡ଼ି ମୂଲ୍ୟ
Maruti Suzuki Rate Increase: ଫେବ୍ରୁୟାରୀ ୧ ତାରିଖରୁ ବୃଦ୍ଧି ପାଇବ ମାରୁତି ସୁଜୁକି ଗାଡ଼ିର ମୂଲ୍ୟ । ମାରୁତିର ସବୁଠାରୁ ଶସ୍ତା କାର Alto K10 ମଧ୍ୟ ପ୍ରାୟ 20,000 ଟଙ୍କା ମହଙ୍ଗା ହେବା ନେଇ ସୂଚନା ରହିଛି । ସେହିପରି ମାରୁତି ସେଲେରିଓର ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇବାକୁ ଯାଉଛି। ଏହି କାରର ମୂଲ୍ୟ ପ୍ରାୟ 30 ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇବାକୁ ଯାଉଛି ।

ମାରୁତି ସୁଜୁକିର ସବୁଠାରୁ ଶସ୍ତା କାର ହେଉଛି Alto K10। ଏହି କାରର ଏକ୍ସ-ଶୋରୁମ୍ ମୂଲ୍ୟ 3.99 ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏବେ ଏହି କାରର ମୂଲ୍ୟ ଫେବୃଆରୀ 1 ରୁ ବୃଦ୍ଧି ପାଇବାକୁ ଯାଉଛି। ମାରୁତିର ସବୁଠାରୁ ଶସ୍ତା କାରର ମୂଲ୍ୟ 19,500 ଟଙ୍କା ବୃଦ୍ଧି ପାଇବ। କେବଳ ମାରୁତିର ଏହି କାର ନୁହେଁ, ଏହାର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ମାରୁତି କାରଗୁଡ଼ିକ ମଧ୍ୟରେ ଜିମ୍ନି ଏବଂ ସିଆଜର ମୂଲ୍ୟ ମାତ୍ର 1,500 ଟଙ୍କା ବୃଦ୍ଧି ପାଇବା ନେଇ ସୂଚନା ରହିଛି ।
ମାରୁତି କାରଗୁଡ଼ିକ ମଧ୍ୟରେ ସେଲେରିଓ ସବୁଠାରୁ ମହଙ୍ଗା କାର। ଏହି କାରର ମୂଲ୍ୟ 32,500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ସେହି ସମୟରେ, ମାରୁତି ଇନଭିକ୍ଟୋର ମୂଲ୍ୟ 30 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଯାଉଛି। ମାରୁତି ଗ୍ରାଣ୍ଡ ଭିଟାରାର ମୂଲ୍ୟ ମଧ୍ୟ 25 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଯାଉଛି।
ମାରୁତି ସୁଜୁକିର ସର୍ବାଧିକ ବିକ୍ରି ହେଉଥିବା କାରଗୁଡ଼ିକ ମଧ୍ୟରେ ସ୍ୱିଫ୍ଟ, ଡିଜାୟାର, ବ୍ରେଜା, ଇକୋ, ୱାଗନଆର, ଏର୍ଟିଗା ଏବଂ ବାଲେନୋ ସାମିଲ ଅଛି । ପ୍ରତି ମାସରେ ଏହି ଯାନର ଅନେକ ମଡେଲ ବିକ୍ରି ହେଉଥିବା ନେଇ ରେକର୍ଡ କରାଯାଇଛି । ନୂତନ ମାରୁତି ସ୍ୱିଫ୍ଟର ମୂଲ୍ୟ 5ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଏବଂ ଡିଜାୟାରର ମୂଲ୍ୟ 10,500 ଟଙ୍କା ବୃଦ୍ଧି ପାଇପାରେ। ବ୍ରେଜାର ମୂଲ୍ୟ 20 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମାରୁତି ଏର୍ଟିଗାର ମୂଲ୍ୟ 15 ହଜାର ଟଙ୍କା ବୃଦ୍ଧି ପାଇବାକୁ ଯାଉଛି।












Click it and Unblock the Notifications