ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ମାର୍କ ଜୁକରବର୍ଗ
Mark Zukerberg: ମେଟା ପ୍ଲାଟଫର୍ମର ସହ-ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ 200 ବିଲିୟନ ଡଲାରର ସମ୍ପତ୍ତି ସହିତ ଧନୀ ବିଲିୟନେୟାରଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଟେସଲା ମୁଖ୍ୟ ଏଲନ୍ ମସ୍କ ଏବଂ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏହି କ୍ଲବରେ ପୂର୍ବରୁ ସାମିଲ ଥିଲେ ।

Bloomberg's Billionaires Index 25 ସେପ୍ଟେମ୍ବର 2024 ରେ ପ୍ରକାଶିତ ବିଲିୟନେୟାରଙ୍କ ସଦ୍ୟତମ ତଥ୍ୟ ଅନୁଯାୟୀ, ଏଲୋନ୍ ମସ୍କ ହେଉଛି 268 ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ଜେଫ୍ ବେଜୋସ୍ 216 ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି । ସେହିପରି ତୃତୀୟ ସ୍ଥାନରେ ମାର୍କ ଜୁକରବର୍ଗ ଅଛନ୍ତି, ତାଙ୍କର 200 ବିଲିୟନ ଡଲାର ସମ୍ପତ୍ତି ଅଛି ଏବଂ ସେ ପ୍ରଥମ ଥର ପାଇଁ 200 ବିଲିୟନ ଡଲାର ସମ୍ପତ୍ତି କ୍ଲବରେ ଯୋଗ ଦେଇଛନ୍ତି। ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିକୁ ଚଳିତ ବର୍ଷ 71 ବିଲିୟନ ଡ଼ଲାରର ସବୁଠାରୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଯେତେବେଳେ କି ଜେଫ୍ ବେଜୋସଙ୍କ ସମ୍ପତ୍ତି 39.3 ବିଲିୟନ ଡ଼ଲାର ଏବଂ ଏଲୋନ୍ ମସ୍କଙ୍କ ସମ୍ପତ୍ତି 38.9 ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।












Click it and Unblock the Notifications