Get Updates
Get notified of breaking news, exclusive insights, and must-see stories!

୩୨ ବର୍ଷ ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍

୩୨ ବର୍ଷ ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍,୩୨ ବର୍ଷ ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍ । ପୁଲୱାମା ଓ ସୋପିଆନରେ ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ।

J&K Cinema Hall: ୩୨ ବର୍ଷ ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍ । ପୁଲୱାମା ଓ ସୋପିଆନରେ ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ଦୁଇଟି ସିନେମାହଲ୍ ସରକାରଙ୍କ ଦ୍ୱାରା ପରିଚାଳନା କରାଯିବ । ଯେଉଁଥିରେ ୧୦୦ଟି ସିଟ୍ ରହିଛି । ଆସନ୍ତା ସପ୍ତାହରୁ ସିନେମା ହଲରେ ଫିଲ୍ମ ଦେଖି ପାରିବେ କାଶ୍ମୀର ବାସିନ୍ଦା ।

ଏହି ଅବସରରେ ଉପରାଜ୍ୟପାଳ ମନୋଜ ସିହ୍ନା ଟ୍ୱିଟ୍ କରି ଲେଖିଛନ୍ତି 'ଆଜିର ଦିନ କାଶ୍ମୀର ପାଇଁ ଏକ ଐତିହାସିକ ଦିନ । ପୁଲୱାମା ଏବଂ ସୋପିଆନରେ ସିନେମା ହଲ୍ ଉଦଘାଟନ କରାଯାଇଛି । ଏହା ଚଳଚ୍ଚିତ୍ର ସ୍କ୍ରିନିଂ ସହିତ କାଶ୍ମୀରର ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରଶିକ୍ଷଣଧର୍ମୀ ଭିଡିଓ ଦେଖାଇବାରେ ଏବଂ ଦକ୍ଷତା ବିକାଶରେ ମଧ୍ୟ ଉପଯୋଗ ହୋଇପାରିବ' । ଏହା ସହ ପ୍ରଥମ ଥର ଏହି ସିନେମା ହଲରେ 'ଭାଗ୍ ମିଲଖା ଭାଗ୍' ଦେଖୁଥିବାର ଏକ ଭିଡିଓ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା ।

J&K Cinema HALL
ଆତଙ୍କବାଦୀ ଧମକ ପାଇଁ ସିନେମା ହଲରେ ପଡିଥିଲା ତାଲା
୧୯୮୦ ଦଶକ ପୂର୍ବରୁ କାଶ୍ମୀର ଘାଟିରେ ପ୍ରାୟ ୧୨ରୁ ଅଧିକ ସିନେମା ହଲ ଥିଲା । କିନ୍ତୁ ଆତଙ୍କବାଦୀ ସଂଗଠନ ପକ୍ଷରୁ ସିନେମା ହଲ୍ ମାଲିକଙ୍କୁ ଧମକ ମିଳିବା ପରେ ସେମାନଙ୍କୁ ବ୍ୟବସାୟ ବନ୍ଦ କରିବାକୁ ପଡିଥିଲା । ୧୯୯୦ ଦଶକର ଶେଷ ଭାଗରେ କର୍ତ୍ତୃପକ୍ଷ କିଛି ପ୍ରେକ୍ଷାଳୟ ଖୋଲିବାକୁ ଚେଷ୍ଟା କରିଥିଲେ ହେଲେ ସେପ୍ଟେମ୍ବର ୧୯୯୯ରେ ଲାଲ ଚକ୍ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ରେଗାଲ୍ ସିନେମା ଘର ଉପରେ ଘାତକ ଗ୍ରେନେଡ୍ ଆକ୍ରମଣ କରି ଆତଙ୍କବାଦୀମାନେ ଏପରି ଉଦ୍ୟମକୁ ବିଫଳ କରିଥିଲେ । ଅନ୍ୟ ଦୁଇଟି ପ୍ରେକ୍ଷାଳୟ - ନୀଲମ ଏବଂ ବ୍ରଡୱେ - କାର୍ଯ୍ୟ ଆରମ୍ଭ କରିଥିଲା କିନ୍ତୁ ଖରାପ ପ୍ରତିକ୍ରିୟା ପାଇଁ ଏହାକୁ ମଧ୍ୟ ବନ୍ଦ କରିବାକୁ ପଡିଥିଲା ।

ତେବେ ଖୁବ ଶିଘ୍ର ଅର୍ଥାତ୍ ଆସନ୍ତା ୨୦ ତାରିଖରେ ଶ୍ରୀନଗରରେ ଏକ ଘରୋଇ ମଲ୍ଟିପ୍ଲେକ୍ସ ଖୋଲିବା ପାଇଁ ଯାଉଛି । ଯେଉଁଠି ୩ଟି ସ୍କ୍ରିନ୍ ସହିତ ୫୨୦ ଦର୍ଶକଙ୍କ ପାଇଁ ଫିଲ୍ମ ଦେଖିବାର ବ୍ୟବସ୍ଥା କରାଯିବ । ଏହି ମଲ୍ଟିପ୍ଲେକ୍ସରେ ପ୍ରଥମେ 'ଲାଲ୍ ସିଂ ଚଢା' ପ୍ରଦର୍ଶିତ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+