କ୍ରାନ୍ତୀର ଅଗ୍ରଦୂତ ମଙ୍ଗଳ ପାଣ୍ଡେ; ଜନ୍ମ ତିଥିରେ ଜାଣନ୍ତୁ ମଙ୍ଗଳ ପାଣ୍ଡେଙ୍କ ବିଷୟରେ ଅଜଣା କଥା

୧୮୫୭ ମସିହାରେ ହୋଇଥିବା ସ୍ୱାଧୀନତା ସଂଗ୍ରାମର ପ୍ରମୂଖ ଭୂମିକା ନେଇଥିଲେ ମଙ୍ଗଳ ପାଣ୍ଡେ । ପାଣ୍ଡେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଜଣେ ସିପାହୀ ଥିବା ସତ୍ତ୍ୱେ ଇଂରେଜ ଶାସନ ବିରୋଧରେ ବିଦ୍ରୋହର ନାରା ଦେଇଥିଲେ । ଏକ ବନ୍ଧୁକ ବ୍ୟବହାରକୁ ନେଇ ଆରମ୍ଭ ହୋଇଥିବା ବିଦ୍ରୋହରୁ ଦେଖାଦେଇଥିଲା ଏକ ବଡ଼ ବିପ୍ଳବ । ଏହାର ନେତୃତ୍ୱ ନେଇଥିବା ଯୋଗୁଁ ମଙ୍ଗଳ ପାଣ୍ଡେଙ୍କୁ ମିଳିଥିଲା ଫାଶି ଦଣ୍ଡାଦେଶ। ମାତ୍ର ୩୦ ବର୍ଷ ବୟସରେ ତାଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।

ସେ ଇଷ୍ଟ ଇଣ୍ଡିଆ କମ୍ପାନିର ୩୪ତମ ବେଙ୍ଗାଲ ନେଟିଭ୍ ଇନ୍ଫେନ୍ଟ୍ରିରେ ଜଣେ ସିପାହୀ ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହତ୍ୱପୂର୍ଣ ଭୂମିକାକୁ ନେଇକି ଭାରତ ସରକାରଙ୍କଦ୍ୱାରା ସମ୍ମାନ ସ୍ୱରୂପ ୧୯୮୪ ମସିହାରେ ଏକ ଡାକ ଟିକଟ ଜାରି କରାଯାଇଥିଲା ।

କ୍ରାନ୍ତୀର ଅଗ୍ରଦୂତ ମଙ୍ଗଳ ପାଣ୍ଡେ

ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ନରୱା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ୧୮୨୭ ମସିହା ଜୁଲାଇ ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମଙ୍ଗଳ ପାଣ୍ଡେ। ଦିବାକର ପାଣ୍ଡେ ଓ ଅଭୟ ରାଣୀ ଦେବୀଙ୍କ କୋଳମଣ୍ଡନ କରିଥିବା ମଙ୍ଗଳ ପାଣ୍ଡେ ୧୮୪୯ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ୩୪ତମ ବଙ୍ଗାଲ୍ ନେଟିଭ୍ ଇନଫାଣ୍ଟ୍ରିରେ ଜଣେ ସିପାହି ଭାବରେ ଯୋଗ ଦେଇଥିଲେ। ହିନ୍ଦୁ ଧର୍ମ ଉପରେ ତାଙ୍କର ଥିଲା ଅତୁଟ ବିଶ୍ୱାସ। ଇଂରେଜମାନଙ୍କ ଗୁଲାମୀର ଶିକାର ହେବାପରେ ସେ ପାଲଟି ଯାଇଥିଲେ କ୍ରାନ୍ତିକାରୀ। ଏକ ବନ୍ଧୁକ ବ୍ୟବହାରକୁ ନେଇ ଆରମ୍ଭ ହୋଇଥିଲା ବିଦ୍ରୋହ।

ଇଂରେଜ ସରକାରଙ୍କ ପକ୍ଷରୁ ସିପାହୀ ମାନଙ୍କୁ ଏକ ନୂଆ ରାଇଫଲ୍ ବନ୍ଧୁକ ଦିଆଯାଇଥିଲା। କିନ୍ତୁ, ଏଥିରେ କରାଯାଇଥିବା ଏକ ପରିବର୍ତ୍ତନକୁ ନେଇ ଜଳିଥିଲା ବିଦ୍ରୋହର ବହ୍ନି। ଏହି ବନ୍ଧୁକରେ ଗୁଳି ପୂରାଇବା ପୂର୍ବରୁ ଗୁଳିରେ ଲାଗିଥିବା କାରତୁସକୁ ଦାନ୍ତରେ ଛିଣ୍ଡାଇବାକୁ ପଡୁଥିଲା। ଏବଂ ତା' ପରେ ବନ୍ଧୁକରେ ଗୁଳି ପୁରାଇ ଲକ୍ଷ୍ୟ ଭେଦ କରାଯାଉଥିଲା। କିନ୍ତୁ ବିଦ୍ରୋହ ସୃଷ୍ଟିର କାରଣ ହେଉଛି, ଗୁଳିରେ ଲାଗିଥିବା କାରତୁସ୍‌ର ବାହାର ଆବରଣକୁ ଗାଈ ଓ ଘୁଷୁରି ମାଂସରେ ତିଆରି କରାଯାଇଥିଲା।

ଏହା ଜାଣିବା ପରେ ଉଭୟ ହିନ୍ଦୁ, ମୁସଲମାନ ଏବଂ ଇଂରେଜ ସରକାରଙ୍କ ମଧ୍ୟରେ ଦେଖାଦେଲା ବିବାଦ। ହିନ୍ଦୁ ଓ ମୁସଲିମଙ୍କ ଧର୍ମ ନଷ୍ଟ କରିବା ନିମନ୍ତେ ବ୍ରିଟିଶ୍‌ ସରକାର ଯୋଜନାବଦ୍ଧ ଭାବେ ଏପରି କରିଥିବା ଚର୍ଚ୍ଚା ଜୋର ଧରିଥିଲା । ମଙ୍ଗଳ ପାଣ୍ଡେ ଏହାକୁ ‍ଖୁବ୍ ବିରୋଧ କରିବାକୁ ଲାଗିଲେ । ଏଥିଯୋଗୁ ବ୍ରିଟିଶ୍‌ ସରକାର ତାଙ୍କୁ ଚାକିରୀରୁ ବହିଷ୍କାର କଲେ । ହେଲେ ଅଟକି ଯାଇନଥିଲେ ମଙ୍ଗଳ ପାଣ୍ଡେ। ବ୍ରିଟିଶ ଅଧିକାରୀଙ୍କ ଉପରକୁ ଆକ୍ରମଣ କଲେ। ଏହି କାରଣରୁ ବ୍ରିଟିଶ ସରକାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ତାଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା ।

mangal pandey

୧୮୫୭ ମସିହା ଏପ୍ରିଲ ୮ ତାରିଖରେ କ୍ରାନ୍ତିକାରୀ ମଙ୍ଗଳ ପାଣ୍ଡେଙ୍କୁ ଫାଶି ଦିଆଯାଇଥିଲା। ମଙ୍ଗଳ ପାଣ୍ଡେ ସହିଦ ହେବା ପୂର୍ବରୁ ଭାରତୀୟଙ୍କ ମନରେ ସ୍ୱାଧିନତା ଲାଗି ନିଆଁ ଲଗାଇ ଦେଇଥିଲେ। ଯାହା ପରେ ଭୟଙ୍କର ରୂପ ଧାରଣ କରିଥିଲା। ମଙ୍ଗଳ ପାଣ୍ଡେଙ୍କୁ ବେରକପୁରରେ ଫାଶି ଦିଆଯାଇଥିଲା। କିନ୍ତୁ, ସେଠାରେ ଜଲାଦମାନେ ତାଙ୍କୁ ଫାଶି ଦେବାକୁ ମନା କରିବାରୁ ସ୍ୱତନ୍ତ୍ର ଭାବେ କଲିକତାରୁ ଜଲାଦମାନଙ୍କୁ ଫାଶୀ ଦେବାକୁ ଅଣାଯାଇଥିଲା। ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଧରେ 'ମାରୋ ଫିରଙ୍ଗି କୋ' ନାରା ଦେଇଥିଲେ ମଙ୍ଗଳ ପାଣ୍ଡେ। ତାଙ୍କୁ ଭାରତର ସର୍ବପ୍ରଥମ 'କ୍ରାନ୍ତିକାରୀ'ର ମାନ୍ୟତା ମଧ୍ୟ ଦିଆଯାଇଛି।

ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହତ୍ୱପୂର୍ଣ ଭୂମିକାକୁ ନେଇ ଭାରତ ସରକାରଙ୍କ ଦ୍ୱାରା ସମ୍ମାନ ସ୍ୱରୂପ ୧୯୮୪ ମସିହାରେ ତାଙ୍କର ଏକ ଡାକ ଟିକଟ ଜାରି କରାଯାଇଥିଲା। ଆଜି ଜନ୍ମତିଥି ଅବସରରେ ମହାନ୍ କ୍ରାନ୍ତିକାରୀ ମଙ୍ଗଳ ପାଣ୍ଡେଙ୍କୁ କୋଟି ପ୍ରଣାମ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+