Get Updates
Get notified of breaking news, exclusive insights, and must-see stories!

Makar Sankranti: ବାବା ହଟକେଶ୍ୱରଙ୍କ ପୀଠରେ ଜମୁଛି ମକର ମେଳା: ଗୁଆ ଖୋଜିଲେ କଟିବ ବନ୍ଧ୍ୟାଦୋଷ

ଖୋର୍ଦ୍ଧା: ପବିତ୍ର ମକର ସଂକ୍ରାନ୍ତିରେ ହଟକେଶ୍ୱର ପୀଠରେ ମକର ମେଳା ଜାକଜମକରେ ପାଳନ ହେଉଛି । ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଘମାରି ପଞ୍ଚାୟତର ଅଟ୍ରିଠାରେ ହେଉଥିବା ମକର ମେଳାରେ ବିଶ୍ୱାସ ଓ ପରମ୍ପରା ଝଲକ ଦେଖିବାକୁ ମିଳେ । ସେହିପରି ଚଳିତ ବର୍ଷ ଅଟ୍ରି ସ୍ଥିତ ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମ ପ୍ରସ୍ରବଣରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ମକର ମେଳା ଅନୁଷ୍ଠିତ ହେଉଛି ।

ବନ୍ଧ୍ୟା ନାରୀମାନେ ମାନସିକ କୁଣ୍ଡରେ ସଂକଳ୍ପ ବୁଡ଼ ପକାଇ ଗୁଆ ଖୋଜିଲେ ଛୁଆ ହୋଇଥାଏ ବୋଲି ଏଠାରେ ବିଶ୍ବାସ ରହିଛି । ଗୁଆ ପାଇବା ପରେ ହଟକେଶ୍ୱରଙ୍କ ନାମ ଜପି ଖାଇଲେ ବର୍ଷକ ଭିତରେ ସନ୍ତାନ ହୁଏ ବୋଲି ଏଠାରେ ବିଶ୍ୱାସ ରହିଛି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।

ମକର ସଂକ୍ରାନ୍ତିଠାରୁ ବାବା ହଟକେଶ୍ୱରଙ୍କ ପୀଠରେ ଆରମ୍ଭ ହୋଇଥାଏ ମକର ମେଳା । ଏହି ମେଳା ଏକ ମାସ ଧରି ଚାଲୁଥିବା ବେଳେ କାଳକ୍ରମେ ଏହା ସାତଦିନରେ ସୀମିତ ରହିଛି । ସେହିପରି ରାଜ୍ୟ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମକର ମହୋତ୍ସବ ପାଞ୍ଚ ଦିନ ଚାଲିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ମିନାବଜାର, ଦୋଳି, ବିଭିନ୍ନ ସରକାରୀ ଷ୍ଟଲ, ଘରକରଣା ସାମଗ୍ରୀ, ଚଟପଟି ଖାଦ୍ୟ ପସରା ଖୋଲିଛନ୍ତି ବ୍ୟବସାୟୀ ।

Makar Mela

ପୁରାଣ ଅନୁସାରେ ଏହି ସ୍ଥାନ ଅତ୍ରି ମୁନିଙ୍କ ସାଧନା ସ୍ଥଳ ହୋଇଥିବାରୁ ତାଙ୍କ ନାମ ଅନୁସାରେ ଅଟ୍ରି ହୋଇଛି । ସେହିଭଳି ଭଗବାନ ଶଙ୍କର ଏହି ସ୍ଥାନରେ ତପସ୍ୟାରତ ଥିଲେ । ତପସ୍ୟା ଭାଙ୍ଗିବା ପାଇଁ ଦେବଦେବୀ କାମଦେବଙ୍କୁ ପଠାଇଥିଲେ । କାମଦେବଙ୍କ କାମ ସରରେ ମହାଦେବଙ୍କ ତପସ୍ୟା ଭଗ୍ନ ହେଲା କିନ୍ତୁ ମହାଦେବଙ୍କ ଉଗ୍ର ରୂପ ହୋଇ ତୃତୀୟ ନେତ୍ରରୁ ଅଗ୍ନି ନିର୍ଗତ ହୋଇ କାମଦେବ ଭସ୍ମ କରି ଦେଇଥିଲେ । କାମଦେବଙ୍କ ଭସ୍ମ ସ୍ଥାନ କାମ ଦହନ କୁଣ୍ଡ ହୋଇଥିଲା ଏବଂ ତାପରଠୁ କାଳକ୍ରମେ କୁଆକୁଣ୍ଡ ରୂପ ପରିଚିତ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+