ଧୋନୀଙ୍କ ପାହାଡି ଡ୍ୟାନ୍ସ, ଦେଖନ୍ତୁ ଭାଇରାଲ ହେଲା ଭିଡିଓ
Mahendra Singh Dhoni: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଗଣିତ ଫ୍ୟାନ୍ସ ରହିଛନ୍ତି । ସେ ନିଜ ପ୍ରିୟ ଖେଳାଳୀଙ୍କ ପ୍ରତିଟି ଖବର ରଖିବା ପାଇଁ ଚାହାଁନ୍ତି । ତାଙ୍କୁ ଦେଖିବା ମାତ୍ରେ ବଢିଯାଇଥାଏ ଫ୍ୟାନ୍ସଙ୍କ ଭିଡ଼ । ଏପରିକି ବେଳେ ବେଳେ ଭିଡ଼କୁ ନିୟନ୍ତ୍ରଣ କରିବା ମଧ୍ୟ କଷ୍ଟକର ହୋଇ ପଡିଥାଏ । ଅନ୍ୟପକ୍ଷରେ ଧୋନୀ ନିଜକୁ ଲାଇମଲାଇଟରୁ ଦୂରେଇ ରଖିବା ପସନ୍ଦ କରନ୍ତି। ନିଜ ବ୍ୟକ୍ତିଗତ ଜୀବନକୁ ସେ ପ୍ରାଇଭେଟ୍ ରଖିଥାନ୍ତି ।
ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ମାହି ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ଏକ ପାହାଡୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।ଏହି ଗୀତ ଇନଷ୍ଟାଗ୍ରାମରେ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଛି । ଉଭୟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଅନେକ ସେୟାର ମଧ୍ୟ କରୁଛନ୍ତି ।

ଧୋନି ତାଙ୍କ ପତ୍ନୀ ଭାଇରାଲ ଗୀତ ଠୁମକ-ଠୁମକ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଇନଷ୍ଟାଗ୍ରାମ ପ୍ରଶଂସକମାନେ ତାଙ୍କର ଭାଇରାଲ୍ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ମାହିଙ୍କ ଏହି ଭିଡିଓ ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି । ତେବେ ଏଥର ମଧ୍ୟ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରତିନିଧିତ୍ୱ କରିବେ। ଧୋନିଙ୍କୁ 4 କୋଟି ଟଙ୍କାରେ ରିଟେନ୍ କରାଯାଇଛି ।
Thala dance #MSDhoni #Pushpa2 #CSK #Dhoni #IPLAuction2025 #IPLAuction #IPLauctions2025 #IPL2025 pic.twitter.com/VYVd8kPZmQ
— suriya (@SuriyaInsights) December 3, 2024












Click it and Unblock the Notifications