Get Updates
Get notified of breaking news, exclusive insights, and must-see stories!

ରତନ ଟାଟାଙ୍କୁ 'ଭାରତ ରତ୍ନ'!, ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାସ୍‌

Ratan Tata News: ବୁଧବାର ବିଳମ୍ବିତ ରାତିରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କର ଦେହାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମବେଦନା ଜଣାଇଛନ୍ତି। ତେବେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନିତ କରାଯାଉ ବୋଲି ଦାବି କରାଯାଉଛି । ଏହାରି ମଧ୍ୟରେ ମହାରାଷ୍ଟ୍ର କ୍ୟାବିନେଟରେ ଏନେଇ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

ବର୍ତ୍ତମାନ ଏହି ପ୍ରସ୍ତାବିତ କେନ୍ଦ୍ର ସରକାରଙ୍କୁ ପଠାଯିବାକୁ ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର କ୍ୟାବିନେଟର ଏହି ପ୍ରସ୍ତାବ ଉପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

ratan tata

ରତନ ଟାଟାଙ୍କ ଦେହାନ୍ତ ହେତୁ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ସିଏମ ଏକନାଥ ସିନ୍ଦେ ରତନ ଟାଟାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ଟାଟାଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ରରେ ଦିନିକିଆ ଶୋକଦିବସ ଘୋଷଣା କରାଯାଇଛି । ରତନ ଟାଟାଙ୍କ ସମ୍ମାନରେ ରାଜ୍ୟରେ ସରକାରୀ ଅଫିସରେ ଗୋଟିଏ ଦିନ ପାଇଁ ଅଧା ନଇଁବ ଜାତୀୟ ପତାକା । ଏହା ସହିତ ରାଜ୍ୟରେ କୌଣସି ମନୋରଞ୍ଜନ କାର୍ଯ୍ୟ ହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+