Chandra Grahan 2023:ଆଜି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ଦେଖିପାରିବେ ଏହି ମହା ଜାଗତିକ ଦୃଶ୍ୟ

ଚନ୍ଦ୍ରଗ୍ରହଣ 2023: ଆଜି ଚନ୍ଦ୍ରଗ୍ରହଣ, ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ହେଲେ ଏହି ଚନ୍ଦ୍ରଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଆଣ୍ଟାର୍କଟିକା, ପ୍ରଶାନ୍ତ ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରର ଲୋକଙ୍କୁ ଦୃଶ୍ୟମାନ ହେବ । ଭାରତର ଲୋକମାନେ ଏହି ଚନ୍ଦ୍ରଗ୍ରହଣକୁ ଅନଲାଇନରେ ଦେଖିପାରିବେ।

ତେବେ ଆପଣ TimeandDate.com ର ୟୁଟ୍ୟୁବ୍ ଚ୍ୟାନେଲରେ ଚନ୍ଦ୍ରଗ୍ରହଣର ଲାଇଭ୍ ପ୍ରସାରଣ ଦେଖିପାରିବେ । ଏହା ବ୍ୟତୀତ ଆମେରିକାର ଏଜେନ୍ସି ନାସା ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଚନ୍ଦ୍ରଗ୍ରହଣକୁ ସିଧା ପ୍ରସାରଣ କରିବ।

TimeandDate.com ଦାବି କରିଛି ଯେ, ଏହି ଚନ୍ଦ୍ରଗ୍ରହଣ ଭାରତର କେତେକ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହୋଇପାରେ ହେଲେ ଜ୍ୟୋତିଷମାନେ ଏହି ତଥ୍ୟକୁ ଅସ୍ୱୀକାର କରିଛନ୍ତି । ଚନ୍ଦ୍ରଗ୍ରହଣ ୫ ମଇ ରାତି ୦୮:୪୫ରେ ଆରମ୍ଭ ହୋଇ ବିଳମ୍ବିତ ରାତି ୧.୦୦ ରେ ଶେଷ ହେବ, ଅର୍ଥାତ୍ ଏହି ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ୪ ଘଣ୍ଟା ୧୫ ମିନିଟ୍ ରହିବ ।

lunar eclipse 2023

ଏହି ଚନ୍ଦ୍ରଗ୍ରହଣର ଦୋଷକୁ ଏଡାଇବା ପାଇଁ ଗରିବ ଲୋକଙ୍କୁ ଦାନ କରିବା ଉଚିତ୍ ଏବଂ ଭୋକିଲା ଲୋକଙ୍କୁ ଖାଇବାକୁ ଦେବା ଉଚିତ୍। ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ଦିନ ଲାଗିଥାଏ, ତେଣୁ ଏହି ଦିନ ଦାନ କରିବା ଉଚିତ୍ । ସେହିପରି କ୍ଷୀର, ଦହି କିମ୍ବା ଧଳା ପୋଷାକ ଆଦି ଧଳା ଜିନିଷ ଦାନ କରାଯିବା ଉଚିତ୍ । ଧଳା ରଙ୍ଗ ହେଉଛି ଶାନ୍ତିର ପ୍ରତିକ । ବିଶ୍ୱାସ କରାଯାଏ ଯେ ଏହି ଦାନ କରିବା ଦ୍ୱାରା ଜୀବନରେ ଶାନ୍ତି ବଜାୟ ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+