ଆସନ୍ତା ମାସରେ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ , ଭାରତରେ ହେବ କି ଦୃଶ୍ୟମାନ ?
ଭୁବନେଶ୍ୱର: ବିଜ୍ଞାନ ସହିତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ୱ ଉଲ୍ଲେଖ କରାଯାଇଛି । ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ଏକ ସରଳରେଖାରେ ଅବସ୍ଥାନ କରୁଥିବାରୁ ପୃଥିବୀର ଛାୟା କିଛି ସମୟ ପାଇଁ ଚନ୍ଦ୍ର ଉପରେ ପଡିଥାଏ ଏବଂ ଚନ୍ଦ୍ରର ପ୍ରକାଶ ଫିକା ପଡିଯାଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବା ହିନ୍ଦୁ ଧାର୍ମିକ କାହାଣୀ ଅନୁସାରେ ଚନ୍ଦ୍ର ଗ୍ରହଣ ଅଶୁଭ । ଚନ୍ଦ୍ର ମାତା, ମନୋଭାବ, ସମାଜରେ ସମ୍ମାନ, ଦର୍ଶନ, ମାନସିକ ଚିନ୍ତା, ବୁଦ୍ଧି ଏବଂ ଗୃହକୁ ଦର୍ଶାଏ । ସେଥିପାଇଁ ଚନ୍ଦ୍ରଗ୍ରହଣର ପ୍ରଭାବ ସମସ୍ତଙ୍କ ଉପରେ ପଡିଥାଏ । ଚାଲନ୍ତୁ ଜାଣିବା ଚଳିତ ବର୍ଷ ଚନ୍ଦ୍ରଗ୍ରହଣ କେବେ ଲାଗିବା ପାଇଁ ଯାଉଛି ।

ଚଳିତ ବର୍ଷ ୪ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଲାଗିବା ପାଇଁ ଯାଉଛି । ଦୁଇଟି ସୂର୍ଯ୍ୟପରାଦ ଏବଂ ଦୁଇଟି ଚନ୍ଦ୍ରଗ୍ରହଣ ଲାଗିବ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ ତାରିଖ ଦିନ ହୋଇଥିଲା । ସେହିପରି ମେ'୫ ତାରିଖରେ ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି ।
ଚନ୍ଦ୍ର ଗ୍ରହଣ ସମୟ
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ମେ ୫ ତାରିଖ ଶୁକ୍ରବାର ଦିନ ହେବ । ରାତି ୮:୪୫ରୁ ଆରମ୍ଭ ହୋଇ ରାତି ୧ଟାରେ ଛାଡିବ । ଗ୍ରହଣର ପରମଗ୍ରାସ ସମୟ ରାତି ୧୦.୫୩ମିନିଟ୍ । ଏହି ଚନ୍ଦ୍ରଗ୍ରହଣକୁ ଉପଚ୍ଛାୟ ଚନ୍ଦ୍ର ଗ୍ରହଣ ବା ପେନମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି । ଏହି ଚନ୍ଦ୍ରଗ୍ରହଣ ପ୍ରାୟ ୪ ଘଣ୍ଟା ୧୪ ମିନିଟ୍ ପର୍ଯ୍ୟନ୍ତ ଲାଗିବ ।

ଏହି ସ୍ଥାନଗୁଡିକରେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ
ମେ ୫ରେ ଲାଗିବା ପାଇଁ ଯାଉଥିବା ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ଚନ୍ଦ୍ରଗ୍ରହଣ ଏସିଆ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ପୂର୍ବ ୟୁରୋପର କିଛି ଅଂଶରେ ଦୃଶ୍ୟମାନ ହେବ । ଭାରତରେ ଏହାର ପ୍ରଭାବ ରହିବ ନାହିଁ ତେଣୁ ଏଠାରେ ସୂତାକ ସମୟ ମଧ୍ୟ ହେବ ନାହିଁ । ତେଣୁ ଭାରତରେ ପୂଜାପାଠ କିମ୍ବା ଧାର୍ମିକ କାର୍ଯ୍ୟ ଉପରେ ଏହାର କୌଣସି ପ୍ରତିବନ୍ଧକ ରହିବ ନାହିଁ ।
ଚନ୍ଦ୍ରଗ୍ରହଣର ପ୍ରଭାବ
ଆସନ୍ତା ୫ ତାରିଖରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସମୟରେ ତୁଳା ରାଶିରେ ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବାକୁ ପଡିବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications