ଆରମ୍ଭ ହେବ ପ୍ରେମ ସପ୍ତାହ, ଜାଣନ୍ତୁ ଭାଲେଣ୍ଟାଇନ୍ ଡେ'ର କାହାଣୀ
Valentines Day: ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ ହୋଇ ଯିବା ଭାଲେଣ୍ଟାଇନ୍ ଡେ । ଯେଉଁଥି ପାଇଁ ଏବେଠୁ ଜମିଲାଣି ମାହୋଲ । ବଜାରରେ କପଲଙ୍କ ପାଇଁ ସଜା ହେଲାଣି ରଙ୍ଗ ବେରଙ୍ଗର ଫୁଲ୍ ଏବଂ ଭଳିକି ଭଳି ଉପହାର । ହଁ ଏହା ସତ ଯେ ଭାରତୀୟ ପରମ୍ପରା ଏହି ଦିନକୁ ପାଳନ କରାଯାଏ ନାହିଁ ହେଲେ ବର୍ତ୍ତମାନର ସମୟରେ ବିଦେଶ ପରି ଆମ ଦେଶରେ ମଧ୍ୟ ଭାଲେଣ୍ଟାଇନ୍ ଡେ"ର ରହିଛି ଜବରଦସ୍ତ କ୍ରେଜ ।

ରୋମ୍ର ଜଣେ ସନ୍ଥଙ୍କ ନାଁ ସେଣ୍ଟ୍ ଭାଲେଣ୍ଟାଇନ୍ ଥିଲା । 270 ଖ୍ରୀଷ୍ଟାବ୍ଦରେ, ରୋମ୍ର ରାଜା କ୍ଲାଉଡିୟସ୍ ସମ୍ପୂର୍ଣ୍ଣ ପ୍ରେମ ବିରୋଧୀ ଥିଲେ । ସେ ମଧ୍ୟ ପ୍ରେମ ବିବାହକୁ ଦୃଢ ବିରୋଧ କରୁଥିଲେ । କ୍ଲାଉଡିୟସ୍ ବିଶ୍ୱାସ କରୁଥିଲେ ଯେ ପ୍ରେମକୁ ପ୍ରୋତ୍ସାହିତ କଲେ ରୋମ୍ର ଯବାନଙ୍କ ଧ୍ୟାନ ଆଉ ଦେଶ ସେବାରେ ଲାଗିବ ନାହିଁ । ପ୍ରେମ ପାଇଁ ଦୁର୍ବଳ ହୋଇ ପଡିବେ ରୋମର ସୈନ୍ୟ । ଏପରିକି କାଙ୍କ ଶାସନ କାଳରେ ସେ ବିବାହ ଉପରେ ମଧ୍ୟ ରୋଗ ଲଗାଇଥିଲେ ।
ଗୋଟିଏ ପଟେ ରାଜା କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ ସେଠାରେ ଅନ୍ୟ ପଟେ ସେଣ୍ଟ ଭାଲେଣ୍ଟାଇନ୍ ପ୍ରେମର ପ୍ରଚାର କରୁଥିଲେ । ଏନେଇ ସେଣ୍ଟ୍ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସଙ୍କ ବିଚାରଧାରାକୁ ଭୁଲ ପ୍ରମାଣିତ କରିନାହାଁନ୍ତି ବରଂ ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ । ଯେଉଁଥି ପାଇଁ ରାଜା ତାଙ୍କୁ ମୃତ୍ୟୁ ଦଣ୍ତ ଦେଇଥିଲେ । ଫେବୃଆରୀ 14 ତାରିଖରେ ସେଣ୍ଟ ଭାଲେଣ୍ଟାଇନଙ୍କୁ ଫାସି ଦିଆଯାଇଥିଲା । ଯାହା ପରେ ପ୍ରଥମେ ରୋମରେ ଏହି ଦିନକୁ ଭାଲେଣ୍ଟାଇନ୍ ଡେ'ଭାବେ ପାଳନ କରାଗଲା ଏବଂ ପରେ ସାରା ବିଶ୍ୱରେ ଏହି ଦିନ ଭାଲେଣ୍ଟାଇନ୍ ଡେ" ନାମରେ ସେଲିବ୍ରେସନ କରାଗଲା
ରୋମାନ୍ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ' ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ 496 ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ' ପାଳନ କରାଯାଇଥିଲା । ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ 14କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ' ଭାବରେ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ଫେବୃଆରୀ 14 କୁ ଭାଲେଣ୍ଟାଇନ ଡେ' ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ ।












Click it and Unblock the Notifications