ଏଥର କେଉଁ ତାରିଖରେ ପାଳନ କରିବେ ଜନ୍ମାଷ୍ଟମୀ, ଜାଣନ୍ତୁ ପୂଜା ମୁହୂର୍ତ୍ତ
Krishna Janmashtami 2022:ଏଥର କେଉଁ ତାରିଖରେ ପାଳନ କରିବେ ଜନ୍ମାଷ୍ଟମୀ, ଜାଣନ୍ତୁ ପୂଜା ମୁହୂର୍ତ୍ତ
ଭୁବନେଶ୍ୱର: ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ ଭଗବାନ କୃଷ୍ଣ ଏହି ଦିନ ଜନ୍ମ ହୋଇଥିଲେ । ଭଗବାନ କୃଷ୍ଣ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର । ତେବେ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣ ଲଡୁଗୋପାଳ ରୂପରେ ପୂଜା ପାଆନ୍ତି ।

ଆସନ୍ତା ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ସାରା ଦେଶ ପାଳନ କରିବ ଜନ୍ମାଷ୍ଟମୀ । କାଲି ପ୍ରତ୍ୟକ ସ୍ଥାନରେ ବେଶ୍ ଧୁମଧାମରେ ପାଳନ କରାଯିବ କାହ୍ନାଙ୍କ ଜନ୍ମଦିନ । ତେବେ ଚଳିତବର୍ଷ ମଧ୍ୟ ଜନ୍ମାଷ୍ଟମୀ ଉଭୟ ୧୮ ଓ ୧୯ ତାରିଖରେ ପଡୁଥିବା ସୂଚନା ରହିଛି । ଅଷ୍ଟମୀ ତିଥି ଅଗଷ୍ଟ ୧୮ ତାରିଖ ରାତି ୯ଟାରେ ଆରମ୍ଭ ହେଉଥିବାରୁ ଏହି ଦିନ ବ୍ରତ ପାଳନ କରିବା ଉଚିତ ବୋଲି ଜ୍ୟୋତିଷମାନେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥି ୧୮ ଅଗଷ୍ଟ ଦିନ ୯.୨୦ ରୁ ଆରମ୍ଭ ହୋଇ ପରଦିନ ଅର୍ଥାତ୍ ୧୯ ଅଗଷ୍ଟ ରାତି ୧୦ଟା ୫୯ ମିନିଟ୍ ପର୍ଯ୍ୟନ୍ତ ରହିବ । ଏଥର କୃଷ୍ଣ ଜନମାଷ୍ଟମୀ ପର୍ବ ଅଗଷ୍ଟ ୧୮ ଗୁରୁବାର ଦିନ ପାଳନ କରାଯିବ। ଏହି ଦିନ ଭଗବାନ କୃଷ୍ଣଙ୍କ ଭକ୍ତମାନେ ଉପବାସ କରି ମନ୍ଦିରକୁ ଯାଇ ତାଙ୍କୁ ପୂଜା କରନ୍ତି । ରାତି ପୂଜା ପାଇଁ ଅଗଷ୍ଟ ୧୮ ତାରିଖ ରାତି ୧୨ଟାରୁ ୧୨ଟା ୪୭ ଉଚିତ ସମୟ । ରାତି ପୂଜା ଏହି ସମୟରେ କଲେ ଭଲ ଫଳ ମିଳିଥାଏ ବୋଲି ମାନ୍ୟତା ରହିଛିି । ଏଥର ଅନେକ ସ୍ଥାନରେ ଜନ୍ମାଷ୍ଟମୀ ୧୮ ତାରିଖରେ ପାଳନ କରାଯାଉଥିବା ବେଳେ କିଛି କିଛି ସ୍ଥାନରେ ୧୯ ତାରିଖରେ ମଧ୍ୟ ଜନ୍ମାଷ୍ଟମୀ କରାଯିବ ।

ଜନ୍ମାଷ୍ଟମୀ ପୂଜାବିଧି
ଏହି ପୂଜା ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଯାଇଥାଏ । ସକାଳେ ସ୍ନାନ ପରେ ମନ୍ଦିରରେ କିମ୍ବା ଘରେ ମଧ୍ୟ ଆପଣ ପୂଜା କରିପାରିବେ । ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ । କ୍ଷୀର କିମ୍ବା ଗଙ୍ଗାଜଳରେ ପ୍ରଥମେ ଆପଣ ଭଗବାନଙ୍କୁ ସ୍ନାନ କରାଇପାରିବେ । ଏହାପରେ ଚନ୍ଦନ ସିନ୍ଦୁର ,ଫୁଲ ଦେଇ ଭଗବାନ କୃଷ୍ଣଙ୍କୁ ସେଜାଇବେ । କୃଷ୍ଣଙ୍କର ପ୍ରିୟ ଲହୁଣି ଭୋଗ ଦେବାକୁ ଭୁଲିବେ ନାହିଁ । ରାତି ୧୨ଟାରେ ଭଗବାନ କୃଷ୍ଣଙ୍କର ଜନ୍ମୋତ୍ସବ ପାଇଁ ପୂଜା କରନ୍ତୁ । ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କରାଇ ଗୀତ ସଙ୍ଗୀତ ପରେ ପ୍ରସାଦ ବିତରଣ କରନ୍ତୁ । ତେବେ ଜନ୍ମାଷ୍ଟମୀରେ ସୂର୍ଯ୍ୟ, ସୋମ, ଯମ, କାଳ, ସଂଧି, ଭୂତ, ପବନ, ଭୂମି, ଆକାଶ ଓ ବ୍ରହ୍ମା ଆଦିଙ୍କୁ ନମସ୍କାର କରିବା ଭୁଲନ୍ତୁ ନାହିଁ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications