Lok Sabha Election 2024: ଭୋଟର ଆଇଡି କାର୍ଡରେ କ'ଣ ପାଇଁ ଥାଏ EPIC ନମ୍ବର

Lok Sabha Election 2024: 2024 ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି । ଏଥର ୭ଟି ପର୍ଯ୍ୟାୟରେ ମତଦାନ ହେବ । ଏପ୍ରିଲ 19, ଏପ୍ରିଲ 26, ମଇ 7, 13, 20 ଏବଂ 25 ଏବଂ ଜୁନ୍ 1 ରେ ଭୋଟ ଗ୍ରହଣ ହେବ ଏବଂ ଜୁନ୍ 4 ରେ ଭୋଟ୍ ଗଣନା କରାଯିବ ଏବଂ ସେହି ଦିନ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବା ନେଇ ସୂଚନା ରହିଛି ।

ଆଗାମୀ ନିର୍ବାଚନରେ ​​ପ୍ରାୟ 97 କୋଟି ଲୋକ ମତଦାନ କରିବା ନେଇ ସୂଚନା ରହିଛି । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ତୃତୀୟ ଥର ପାଇଁ ସତା ହାସଲ କରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀଦଳ ଭୋଟରଙ୍କୁ ବିକଳ୍ପ ଦେବା ପାଇଁ ଚେଷ୍ଟା କରୁଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଚାଲନ୍ତୁ EPIC ଉପରେ ନଜର ପକାଇବା । ତେବେ EPIC ନମ୍ବର କ'ଣ ଏବଂ ଭୋଟର ପରିଚୟ ପତ୍ରରେ EPIC ନମ୍ବର କ'ଣ ପାଇଁ ଥାଏ, ଚାଲନ୍ତୁ ଜାଣିବା ।

EPIC Number

ଆଗାମୀ ନିର୍ବାଚନରେ ​​ମତଦାନ କରିବା ପାଇଁ ଚାହୁଁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ EPIC ନମ୍ବର କିମ୍ବା ନିର୍ବାଚନ ଫଟୋ ପରିଚୟ ପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । EPIC ପ୍ରତ୍ୟେକ ଭୋଟରଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ଏବଂ ଜାତୀୟ, ରାଜ୍ୟ ତଥା ସ୍ଥାନୀୟ ନିର୍ବାଚନରେ ​​ଭୋଟ୍ ଦେବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନମ୍ବର ।

EPIC ନମ୍ବର କିମ୍ବା ଇଲେକ୍ଟୋରାଲ୍ ଫଟୋ ପରିଚୟ କାର୍ଡ ନମ୍ବର ହେଉଛି ଏକ 10 ଅଙ୍କ ବିଶିଷ୍ଟ ବର୍ଣ୍ଣମାଳା କୋଡ୍ ଯାହାକି ସଂଖ୍ୟା ଏବଂ ଅକ୍ଷରର ମିଶ୍ରଣକୁ ନେଇ ଗଠିତ । ଏହା ଭୋଟର ID ର ଆଗରେ ଦେଖାଯାଏ । EPIC ନମ୍ବର, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ରହିଛି, ଏହା ଭୋଟ୍ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଆଣିଥାଏ । ଆପଣଙ୍କର EPIC ନମ୍ବର କେଉଁଠାରେ ଯାଞ୍ଚ କରିବେ? ଭୋଟରଙ୍କ ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ସହିତ ଭୋଟର ପରିଚୟ ପତ୍ରର ଆଗରେ ବୋଲ୍ଡ ଅକ୍ଷରରେ ଏହି ନମ୍ବର ଲେଖାଯାଇଥାଏ ।

ପ୍ରଥମେ ନ୍ୟାଶନାଲ ଭୋଟର ସର୍ଭିସ ପୋର୍ଟାଲ ପେଡ୍ ଭିଜିଟ୍ କରନ୍ତୁ । ସର୍ଚ୍ଚ କିମ୍ବା ବାୟୋ ଡିଟେଲ୍ସ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ନାମ, ଲିଙ୍ଗ,ବୟସ, ବିଧାନସଭା ଇତ୍ୟାଦିର ସୂଚନା ମିଳିଯିବ । ଏହା ପରେ ଚିତ୍ରରେ ଦେଖାଯାଉଥିବା କୋଡ୍ ଏଣ୍ଟ୍ରି କରନ୍ତୁ ଏବଂ ତା ଏହା ଉପରେ ସର୍ଚ୍ଚ ବଟନରେ କ୍ଲିକ୍ କରନ୍ତୁ । ଯଦି ଆପଣଙ୍କ ନାଁ ଭୋଟର ତାଲିକାରେ ରହିଛି ତେବେ ଆପଣ ସର୍ଚ୍ଚ ବଟନ ତଳେ ଥିବା ସୂଚନା ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+