ଏହି ୩ ଦେଶର ଜିଡିପିଠୁ ଅଧିକ ଏଲଆଇସି ସମ୍ପତ୍ତି
LIC AUM: ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ଜିଡିପିକୁ ମିଶାଇଲେ ମଧ୍ୟ ଭାରତର ଏକ ସରକାରୀ କମ୍ପାନୀର ମୋଟ ସମ୍ପତ୍ତି ସହିତ ସମାନ ନୁହେଁ। ଦେଶର ବୃହତ୍ତମ ତଥା ପୁରାତନ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC)ର ପରିଚାଳନା ଅଧୀନରେ ଥିବା ସମ୍ପତ୍ତି ଭାରତର ତିନି ପଡୋଶୀ ଦେଶ ତୁଳନାରେ ଅଧିକ ।
କମ୍ପାନୀର AUM ବର୍ଷ ତୁଳନାରେ 16.48 ପ୍ରତିଶତ ବୃଦ୍ଧି ପାଇ 616 ବିଲିୟନ ଡ଼ଲାର ଅର୍ଥାତ୍ 51,21,887 କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷରେ ଏହା ପ୍ରାୟ 43,97,205 କୋଟି ଟଙ୍କା ଥିଲା। ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଏହା ଦେଶର ସପ୍ତମ ବୃହତ୍ତମ କମ୍ପାନୀ ଅଟେ। କମ୍ପାନୀର ବର୍ତ୍ତମାନର ମାର୍କେଟ୍ କ୍ୟାପିଟାଲାଇଜେସନ୍ 6.46 ଲକ୍ଷ କୋଟି ଅତିକ୍ରମ କରିଛି ।

ସୂଚନାଯୋଗ୍ୟ ଯେ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ପରି ଭାରତର ତିନି ପଡୋଶୀ ଦେଶର ମୋଟ ଜିଡିପି ତୁଳନାରେ LIC ର ସମ୍ପତ୍ତି ଅଧିକ। ପାକିସ୍ତାନର ଜିଡିପି ବର୍ତ୍ତମାନ ପ୍ରାୟ 338 ବିଲିୟନ ଡଲାର ଅଟେ। ନେପାଳର ଜିଡିପି ପ୍ରାୟ 44.18 ବିଲିୟନ ଡ଼ଲାର ଏବଂ ଶ୍ରୀଲଙ୍କାର ଜିଡିପି ପ୍ରାୟ 74.85 ବିଲିୟନ ଡ଼ଲାର । ତେବେ ଏହି ତିନୋଟି ଦେଶର ଜିଡିପି ଯୋଡିବା ପରେ ମଧ୍ୟ ଏହା LIC ର ମୋଟ ସମ୍ପତ୍ତି ସହ ସାମନ ହେଉ ନାହିଁ ।
ନିକଟରେ LIC ତିନି ମାସର ଅର୍ଥାତ୍ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତର ଫଳାଫଳ ପ୍ରକାଶ କରିଛି । ମାର୍ଚ୍ଚ ମାସ ଶେଷ ହୋଇଥିବାରୁ ତ୍ରୟମାସରେ କମ୍ପାନୀର ନିଟ୍ ଲାଭ 2.50 ପ୍ରତିଶତ ବୃଦ୍ଧି ହୋଇ 13,762 କୋଟିରେ ପହଞ୍ଚିଛି। ଗତ ବର୍ଷ ସମାନ ତିନି ମାସରେ କମ୍ପାନୀ 13,421 କୋଟି ଟଙ୍କା ଲାଭ କରିଥିଲା। କମ୍ପାନୀର ଏନପିଏରେ ମଧ୍ୟ ହ୍ରାସ ଘଟିଛି। ଗତ ବର୍ଷ 2.56 ପ୍ରତିଶତ ତୁଳନାରେ ଏହା 2.01 ପ୍ରତିଶତରେ ପହଞ୍ଚିଛି।












Click it and Unblock the Notifications