ଜମି ଜାଲିଆତି କରିଛି ଓଡିଶା ଇଫ୍ରାଟେକ୍ - କ୍ରାଇମବ୍ରାଞ୍ଚ
ବିଜେପି ରାଷ୍ଟ୍ରୀୟ ଉପାଦକ୍ଷ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କ ଓଡିଶା ଇନଫ୍ରାଟେକ୍ କମ୍ପାନୀ ଜମି ଜାଲିଆତି କରିଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ଏହି ଜମି ଜାଲିଆତିର ଟଙ୍କା ହେରଫେର୍ ନେଇ କ୍ରାଇମବ୍ରାଞ୍ଚ ଇନକମ୍ ଟ୍ୟାକ୍ସ ବିଭାଗକୁ ଚିଠି ଲେଖିଥିବା ମଧ୍ୟ ସେ କହିଛନ୍ତି ।
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଉପାଦକ୍ଷ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କ ଓଡିଶା ଇନଫ୍ରାଟେକ୍ କମ୍ପାନୀ ଜମି ଜାଲିଆତି କରିଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ଜାଲିଆତି କରି ଖୋର୍ଧା ସାରୁଅ ଠାରେ ଥିବା ଦଳିତଙ୍କର ପାଖାପାଖି 7.294 ଏକର ଜମି ଓଡିଶା ଇନଫ୍ରାଟେକ୍ କିଣିଥିବା ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମ୍ୟନ୍ଦ୍ର ପ୍ରିୟଦର୍ଶିନୀ । ସେହିପରି ଏହି ଜମି ଜାଲିଆତିର ଟଙ୍କା ହେରଫେର୍ ନେଇ କ୍ରାଇମବ୍ରାଞ୍ଚ ଇନକମ୍ ଟ୍ୟାକ୍ସ ବିଭାଗକୁ ଚିଠି ଲେଖିଥିବା ମଧ୍ୟ ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି ସୌମ୍ୟନ୍ଦ୍ର ପ୍ରିୟଦର୍ଶିନୀ କହିଛନ୍ତି ଯେ ଓଡିଶା ଇନଫ୍ରାଟେକ୍ କମ୍ପାନୀ ଓ ବୈଜୟନ୍ତ ପଣ୍ଡା ତାଙ୍କ ଡ୍ରାଇଭର ରବି ସେଠୀଙ୍କ ନାଁରେ ସାରୁଅରେ ଜମି କିଣିଥିଲେ । ଏଥିପାଇଁ ରବି ସେଠୀଙ୍କୁ କମ୍ପାନୀ ବାଧ୍ୟ କରିବା ସହ ଡରେଇଥିଲା ଏବଂ ଚାକିରି ଛଡେଇ ନେବାକୁ ମଧ୍ୟ ଧମକ ଦେଇଥିଲା । ଏହି ଜମିର ମୂଲ୍ୟ ପ୍ରାୟ 65 ଲକ୍ଷ ରହିଥିବା ବେଳେ ଏହାକୁ 20 ଲକ୍ଷ ଟଙ୍କାରେ ରବି ସେଠୀଙ୍କ ନାଁରେ ଓଡିଶା ଇନଫ୍ରାଟେକ୍ କିଣିଥିଲା । ହେଲେ ରବି ସେଠୀଙ୍କୁ କୌଣସି ଟଙ୍କା ଦେଇ ନଥିଲା । ଏନେଇ ସେ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ।

2010ରୁ 2013 ମଧ୍ୟରେ ଏହି ଜମି ରବିଙ୍କ ନାଁରେ କିଣାଯାଇଥିଲା । ହେଲେ ରବି ସେଠୀ ଏନେଇ ସମ୍ପୂର୍ଣ୍ଣ ଅଗ୍ୟ ଥିଲେ । ପରବର୍ତ୍ତି ସମୟରେ 2016 ଓ 2019ରେ ଏହି ଜମିକୁ ରବି ସେଠୀଙ୍କ ଠାରୁ ଓଡିଶା ଇନଫ୍ରାଟେକ୍ କିଣିଥିଲା । ଏହି କିଣାବିକାରେ କେବେ ବି ରବିଙ୍କ ନାଁରେ ଉକ୍ତ ଜମି ନଥିଲା। କ୍ରାଇମବ୍ରାଞ୍ଚ ରବି ସେଠୀଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଥିଲା । ହେଲେ କୌଣସି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିନଥିବା କ୍ରାଇମବ୍ରାଞ୍ଚ କହିଛି । ଏଜାବତ୍ ହୋଇଥିବା ତଦନ୍ତରୁ ଉକ୍ତ ଜମି ଜାଲିଆତି କରିବା, ହଡପ କରିବା , ରବି ସେଠୀଙ୍କୁ ଧମକ ଦେଇ ବ୍ୟବହାର କରିବା ଏବଂ ବେନାମୀ ଆକାଉଣ୍ଟରେ ଟଙ୍କା କାରବାର ମଧ୍ୟ କରାଯାଇଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ବେନାମୀ ଟଙ୍କା କାରବାର ନେଇ ଇନକମ୍ ଟ୍ୟାକ୍ସ ବିଭାଗକୁ ଏହାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ କହିଛି । ଜମି ଜାଲିଆତି ନେଇ କ୍ରାଇମବ୍ରାଞ୍ଚ ତାର ତଦନ୍ତ ଜାରି ରଖିଥିବା ଏଡିଜି କହିଛନ୍ତି ।












Click it and Unblock the Notifications