ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ଲମ୍ବୋର୍ଗିନି କାର୍

Lamborghini Catches Fire: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ଲମ୍ବୋର୍ଗିନି କାର୍ । ମୁମ୍ବାଇ ରାସ୍ତାରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଛି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଦୁର୍ଘଟଣାର କୌଣସି ବ୍ୟକ୍ତିଙ୍କର କିଛି କ୍ଷୟ କ୍ଷତି ହୋଇ ନାହିଁ। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଏତେ ମହଙ୍ଗା ଗାଡି ଅତ୍ୟ ଆଧୁନିକ ଫିଚର୍ ସତ୍ୱେ କାରଗୁଡିକ ଲୋକଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେଉଛି ନାହିଁ ।

Lamborghini

ଡିସେମ୍ବର 25, ବୁଧବାର ଦିନ ଖ୍ରୀଷ୍ଟମାସ ରାତିରେ ଲମ୍ବୋର୍ଗିନି ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାର ଭିଡିଓ ଦି ରେମଣ୍ଡ ଲିମିଟେଡର ପ୍ରତିଷ୍ଠାତା ତଥା ସିଇଓ ଗୌତମ ସିଘାଂନିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ପୋଷ୍ଟ କରିବା ସହିତ ଗୌତମ ସିଘାଂନିଆ ମଧ୍ୟ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ଗୌତମ ସିଙ୍ଘାନିଆ ସେୟାର କରିଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ପ୍ରଥମେ ଲମ୍ବୋର୍ଗିନିରୁ ଧୂଆଁ ବାହାରୁଛି ଏବଂ ଅଳ୍ପ ସମୟ ମଧ୍ୟରେ ପୁରା କାରରେ ନିଆଁ ଲାଗିଯାଉଛି । ଭିଡିଓରେ ଜଣେ ବ୍ୟକ୍ତି ଏହି କାରରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ବିଳାସପୂର୍ଣ୍ଣ କାର ହେଉଛି ଲମ୍ବୋର୍ଗିନି ରେଭଲ୍ଟୋ । ଏହି କାରର ସୋରୁମ୍ ମୂଲ୍ୟ 8.89 କୋଟି ଟଙ୍କା ।

ନିକଟରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଭୋଲଭୋ କାର ଉପରେ ଏକ କଣ୍ଟେନର ଖସିପଡିବାରୁ ଗାଡ଼ିରେ ବସିଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି । ଏହି କାରଟି ଭଲଭୋ XC90 ଥିଲା, ଯାହା ଦୁନିଆର ସବୁଠାରୁ ସୁରକ୍ଷିତ କାର ଭାବରେ ଜଣାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+